ୱାକଫ୍ ବିଲକୁ ରାଜ୍ୟସଭାରେ ବିରୋଧ କରିବ ବିଜେଡି

ରାଜ୍ୟସଭାରେ ୱାକଫ ବିଲକୁ ବିରୋଧ କରିବ ବିଜେଡି । ସଂଖ୍ୟାଲଘୁ ସେଲକୁ ସମ୍ବୋଧନ ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ଶଙ୍ଖ ଭବନରେ ଦଳର ସଂଖ୍ୟାଲଘୁ ସେଲ୍ ସଦସ୍ୟମାନଙ୍କୁ ସମ୍ବୋଧିତ କରି ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୱାକଫ ସଂଶୋଧନ ବିଲକୁ ବିଜେଡି ବିରୋଧ କରିବ । ରାଜ୍ୟର ବିଭିନ୍ନ ଭାଗରୁ ସଂଖ୍ୟାଲଘୁ ଭାଇ ଓ ଭଉଣୀମାନେ ତାଙ୍କୁ ପ୍ରତିଦିନ ଭେଟୁଛନ୍ତି ଓ ଅସୁରକ୍ଷିତ ଥିବା ନେଇ ନିଜର ଉଦବେଗ ଜଣାଉଛନ୍ତି । ଓଡିଶା ସଦଭାବନା ଓ ଭାଇଚାରା ପାଇଁ ପ୍ରସିଦ୍ଧ । ଓଡିଶାର ସାଂସ୍କୃତିକ ବିବିଧତା ଆମର ଗୌରବ । ଦେଶ ର ପ୍ରଗତିରେ ସଂଖ୍ୟାଲଘୁ ମାନଙ୍କ ଅବଦାନକୁ ସ୍ମରଣ କରି ନବୀନ ପଟ୍ଟନାୟକ କହିଥିଲେ ଯେ ସମସ୍ତଙ୍କ ସହଯୋଗ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଜରୁରୀ ।

ସାମ୍ପ୍ରଦାୟିକ ସଦଭାବନାକୁ ଭାରତୀୟ ସଂସ୍କୃତିର ମୂଳଧାର ବୋଲି ବର୍ଣ୍ଣନା କରି ସମାଜର ଦୁର୍ବଳ ବର୍ଗର କଲ୍ୟାଣ ପାଇଁ ବିଜେଡି ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ ।

ଅଧିକ ପଢନ୍ତୁ