ୱେବସାଇଟରେ ନିର୍ବାଚନୀ ବଣ୍ଡ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ କମିଶନ

ରାଜନୈତିକ ଦଳଗୁଡ଼ିକୁ ବିଭିନ୍ନ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ନିର୍ବାଚନୀ ବଣ୍ଡ୍‌ ଜରିଆରେ ପ୍ରଦାନ କରିଥିବା ଚାନ୍ଦାର ତଥ୍ୟକୁ ଆଜି ନିର୍ବାଚନ କମିସନ ତାଙ୍କ ୱେବସାଇଟ୍‌ରେ ସାର୍ବଜନୀନ କରିଛନ୍ତି। ଦୁଇଟି ଫାଇଲ୍‌ରେ ଏହି ତଥ୍ୟକୁ କମିସନ ତାଙ୍କ ୱେବସାଇଟ୍‌ରେ ରଖିଛନ୍ତି। ଦୁଇଟି ପିଡିଏଫରୁ ଗୋଟିଏରେ ଇଲେକ୍ଟୋରାଲ ବଣ୍ଡର ମୂଲ୍ୟ, କ୍ରେତା ଏବଂ କ୍ରୟ ତାରିଖ ରହିଥିବା ବେଳେ ଅନ୍ୟଟିରେ ଦଳରେ ନାଁ, ତାରିଖ ଓ ମୂଲ୍ୟ ଉଲ୍ଲେଖ ରହିଛି। ୩୩୭ ଓ ୪୨୬ ପୃଷ୍ଠାର ଦୁଇଟି ପିଡିଏଫ ରହିଛି।

ପ୍ରଥମ ଭାଗ ୩୩୭ ପୃଷ୍ଠା ବିଶିଷ୍ଠ ପ୍ରଥମ ଭାଗ ରିପୋର୍ଟରେ ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରୀ ୧୧ ପର୍ଯ୍ୟନ୍ତ କିଏ ନିର୍ବାଚନୀ ବଣ୍ଡ କିଣିଛି ତାହାର ତଥ୍ୟ ଦର୍ଶାଯାଇଛି। ଦ୍ୱିତୀୟ ଭାଗରେ ୪୨୬ ପୃଷ୍ଠାର ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହି ଭାଗରେ ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରୀ ୨୪ ପର୍ଯ୍ୟନ୍ତ ରାଜନୈତିକ ଦଳ ଗୁଡିକ ପାଇଥିବା ଚାନ୍ଦା ସମ୍ପର୍କରେ ତଥ୍ୟ ଦିଆଯାଇଛି।ସୁପ୍ରିମ କୋର୍ଟ ଧାର୍ଯ୍ୟ କରିଥିବା ସମୟର ୨୪ ଘଣ୍ଟା ପୂର୍ବରୁ କମିସନ ଏହି ତଥ୍ୟ ତାରଙ୍କ ୱେବସାଇଟ୍‌ରେ ଅପଲୋଡ୍ କରିଛନ୍ତି। ଏଥିପାଇଁ ଲିଙ୍କ୍‌ https://www.eci.gov.in/candidate-politicalparty ପ୍ରଦାନ କରାଯାଇଛି। 

ଅଧିକ ପଢନ୍ତୁ

Odisha Darpan Digital