ୱେବ ପୋର୍ଟାଲ ‘ଓଡ଼ିଶା ଦର୍ପଣ’ର ଶୁଭ ଉନ୍ମୋଚନ ଉତ୍ସବ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ଦର୍ପଣ ପରିବାର ପକ୍ଷରୁ ‘ଓଡ଼ିଶା ଦର୍ପଣ’ ନାମକ ଏକ ୱେବ ପୋର୍ଟାଲ ନୂଆ ବର୍ଷରେ ନୟାଗଡ଼ ଜିଲ୍ଲାର ଆରାଧ୍ୟ ଦେବୀ ମା’ ଦକ୍ଷିଣକାଳୀଙ୍କ ପୀଠରେ ଶୁଭ ଉନ୍ମୋଚିତ ହୋଇଯାଇଛି। ଦର୍ପଣ ପରିବାରର ମୁଖ୍ୟ ପୁରୋଧା ତଥା କବି ଗୀତିକଳ୍ପ ହରିଶ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ପ୍ରଦୀପ୍ତ ରଥ, ରାମକୃଷ୍ଣ ରଥ, ଗୋକୁଳ ଷଡ଼ଙ୍ଗୀ, ଲକ୍ଷ୍ମୀଧର ସାହୁ, ସମାଜସେବୀ ଦାମୋଦର ସାହୁ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଉମେଶଚନ୍ଦ୍ର ମହାପାତ୍ର, କବି ତଥା ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ବ୍ରଜକିଶୋର ମହାପାତ୍ର, ଗତିକୃଷ୍ଣ ପ୍ରଧାନ, ମଦନ ମୋହନ ମଲ୍ଲିକ, ସମାଜସେବୀ କାମାକ୍ଷା ପ୍ରସାଦ ଦାସ, ସାରଂଗଧର ଇନ୍ଦ୍ରଜିତ, ବିକ୍ରମ ନାୟକ, ପ୍ରଭାତ ମହାପାତ୍ର, ମଧୁସୂଦନ ପରିଡ଼ା ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଭୁବନେଶ୍ୱରରୁ ପ୍ରକାଶ ପାଉଥିବା ଦୈନିକ ଖବର କାଗଜ ‘ଆଜିକାଲି’ର ନୟାଗଡ଼ ଜିଲ୍ଲାରେ ପ୍ରସାରଣ ଆରମ୍ଭ ହୋଇଥିଲା। ଓଡ଼ିଶା ଦର୍ପଣ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଖବର ପ୍ରସାରଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବାରେ ସହାୟକ ହେବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। “ଓଡ଼ିଶା ଦର୍ପଣ” ୱେବ ପୋର୍ଟାଲକୁ ଦେଖିବା ପାଇଁ www.odishadarpan.in ରେ ଜନସାଧାରଣ ସର୍ଚ୍ଚ କରି ଦେଖି ପାରିବେ ବୋଲି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଯଯାତି କେଶରୀ ମହାପାତ୍ର ସୂଚନା ଦେଇଥିଲେ।

ଅଧିକ ପଢନ୍ତୁ

kc ads