ଷ୍ଟେସନରୁ ଇମ୍ପୋର୍ଟେଡ଼ ପାର୍ସିଆନ ବିଲେଇ ଉଦ୍ଧାର

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରୁ ଉଦ୍ଧାର ହେଲା ୨୦ ଟି ଇଂପୋର୍ଟେଡ଼ ପାର୍ସିଆନ ବିଲେଇ । ମୁମ୍ୱାଇରୁ କୋଲକାତା ହେଉଥିଲା ଚାଲାଣ ବେଳେ ଜବତ ହୋଇଛି । ତେବେ ସାନ୍ତ୍ରାଗାଛିର ଏକ ଫାର୍ମରେ ବିକ୍ରି କରିବାର ଉଦେଶ୍ୟରେ ଏହି ବିଦେଶୀ ବିଲେଇ ଟ୍ରେନ ଯୋଗେ ଚାଲାଣ ହେଉଥିବା ଅନୁମାନ କରୁଛି ବ୍ରଜରାଜନଗର ଆରପିଏଫ । ଏହି ଘଟଣାରେ ଆରପିଏଫ ମୁମ୍ବାଇର ଅମିନ ସୟଦ ଓ ତାର ପରିବାରକୁ ଅଟକ ରଖି ପଚରାଉଚରା କରୁଛି । ଚାଲାଣ ବିଲେଇ ପାର୍ସିଆନ ଜାତିର ହୋଇଥିବାରୁ ବନ୍ୟ ଜନ୍ତୁ ଆଇନ ଅଧୀନରେ ଆସୁନଥିବାରୁ ଏହାକୁ ବନ ଭିଭାଗ ନେଇନଥିଲା । ଫଳରେ ଏହି ଉଦ୍ଧାର ବିଲେଇଙ୍କୁ କୌଣସି ପଶୁପକ୍ଷୀ ପାଳୁଥିବା ସଂଗଠନକୁ ହସ୍ତାନ୍ତର କରାଯିବ । ତେବେ କାହିଁକ ଏବଂ କେଉଁ ଉଦେଶ୍ୟରେ ଆମୀନ ଶୈୟଦ ବିଲେଇ ଗୁଡିକୁ ଟ୍ରେନରେ ନେଇ ଯାଉଥିଲେ ସେନେଇ ଆରପିଏଫ ପକ୍ଷରୁ ତଦନ୍ତ ଚାଲିଛି l

ଅଧିକ ପଢନ୍ତୁ