ଛତିଶଗଡ ଦାନ୍ତେୱାଡା ପୁଲିସ କୁ ବଡ ସଫଳତା । ଦାନ୍ତେୱାଡାରେ ଯବାନଙ୍କ ଏନକାଉଣ୍ଟରରେ ୩ ମାଓବାଦୀ ନିପାତ । ପୋଲିସ ଓ ମାଓବାଦୀଙ୍କ ମଧ୍ୟ ଗୁଳିବିନିମରେ ଟଳି ପଡିଛନ୍ତି ୩ ମାଓବାଦୀ । ବିଜାପୁର-ଦାନ୍ତେୱାଡା ସୀମାବର୍ତ୍ତୀ ଜଂଗଲ ରେ ଗୁଳି ବିନିମୟ ଚାଲିଛି ।ଖବର ଅନୁଯାୟୀ, ଇନ୍ଦ୍ରାବତୀ ନଦୀ କୂଳରେ ନକ୍ସଲମାନେ ମେଳି ବାନ୍ଧିଥିବା ନେଇ ଗୁଇନ୍ଦା ସୁତ୍ରରୁ ଖବର ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ସୀମାନ୍ତ ଦାନ୍ତେଓ୍ୱାଡ଼ା ଏବଂ ବିଜାପୁରରେ ଦୀର୍ଘ ସମୟ ଧରି ଚାଲିଥିଲା ସର୍ଚ୍ଚ ଅପରେସନ । ତେବେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଅପରେସନ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । କିଛି ସମୟ ଧରି ଚାଲିଥିବା ଏହି ଏନ୍କାଉଣ୍ଟରରେ ୫ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ଜଣାପଡିଛି ।
