ଇଣ୍ଡିଗୋ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ

ପୁଣି ବିମାନରେ ବୋମା ଧମକ। ଇଣ୍ଡିଗୋ ବିମାନରେ ବୋମା ଥିବା ଧମକ ମିଳିଛି। ଆଜି ସକାଳୁ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଏକ ଇଣ୍ଡିଗୋ ବିମାନ ଉଡାଣ ଭରିଥିଲା। ଫ୍ଲାଇଟ୍‌ ର କ୍ରୁ ମେମ୍ବରଙ୍କୁ ହଠାତ୍ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏବଂ ସେଥିରେ ଲେଖାଥିଲା ଡୁ ନଟ୍ ଲ୍ୟାଣ୍ଡ ବମ୍ବେ , ୟୁ ଲ୍ୟାଣ୍ଡ ବମ୍ ବ୍ଲାଷ୍ଟ । ବିମାନ 6E 5314 ସକାଳ ପ୍ରାୟ ୭ଟାରେ ଚେନ୍ନାଇରୁ ଉଡ଼ିଗଲା।

ଏହା ମୁମ୍ବାଇ ବିମାନବନ୍ଦରରେ ସକାଳ ପ୍ରାୟ ସାଢେ ନଅଟାରେ ଅବତରଣ କରିଥିଲା। ବିମାନବନ୍ଦର ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା। ବର୍ତ୍ତମାନ ସମଗ୍ର ବିମାନକୁ ଯାଞ୍ଚ କରାଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ ବିମାନରେ ୧୭୨ ଜଣ ଯାତ୍ରୀ ଥିଲେ। ତେବେ ଏହି ଘଟଣାକୁ ନେଇ ଯାତ୍ରୀ ମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ପୂର୍ବରୁ ମଧ୍ୟ ଅନେକଥର ବିମାନକୁ ବୋମା ଧମକ ମିଳିଥିଲା।ସମସ୍ତ ସୁରକ୍ଷା ଯାଞ୍ଚ ଶେଷ ହେବା ପରେ ବିମାନଟି ଟର୍ମିନାଲ ଅଞ୍ଚଳକୁ ଫେରାଇ ନିଆଯିବ।

ଅଧିକ ପଢନ୍ତୁ