ଏଥର ୨ ଦିନ ହୋଇପାରେ ଶ୍ରୀଗୁଣ୍ଡିଚା ଯାତ୍ରା

୫୩ ବର୍ଷ ପରେ ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ପଡ଼ିଛି। ଯେଉଁଦିନ ନେତ୍ରୋତ୍ସବ, ସେହିଦିନ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଚଳିତ ବର୍ଷ ସମୟ ଅଭାବ ଓ ନୀତି ଶୃଙ୍ଖଳା ପାଇଁ ନବଯୌବନ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଏଥର ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ବି ୯ ଦିନରେ ଶେଷ ହେବ। ନବମ ଦିନରେ ଶ୍ରୀବିଗ୍ରହ ରଥାରୁଢ଼ ହୋଇ ବାହୁଡ଼ାଯାତ୍ରା କରିବେ। ୧୯୭୧ ମସିହାରେ ରଥଯାତ୍ରାରେ ଶ୍ରୀମନ୍ଦିର ନୀତିକାନ୍ତି ଆଧାରରେ ଚଳିତବର୍ଷର ନୀତିକାନ୍ତି କରିବାକୁ ଯୋଜନା କରାଯାଉଛି।

ତେବେ ୧୩ ଦିନ ଭିତରେ ସବୁ ନୀତିକାନ୍ତି କରିବା ସମ୍ଭବ ନ ଥିବାରୁ, ବିଶେଷକରି ଗୋଟିଏଦିନରେ ନେତ୍ରୋତ୍ସବ, ପହଣ୍ଡି ଲାଗି ସେନାପଟା ଓ କୁସୁମି ଲାଗି ଆଦି ଥିବାରୁ ସେବାୟତଙ୍କ ଚିନ୍ତା ବଢ଼ିଛି। ସମ ପରିମାଣରେ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ବି ଚିନ୍ତା ବଢ଼ିଛି। ଏଭଳି ଅଡ଼ୁଆ ସ୍ଥିତିରେ ଚଳିତବର୍ଷ ଗୋଟିଏଦିନରେ ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ଭବ ନଥିବାରୁ ଏହା ଦୁଇଦିନ ଚାଲିବ ବୋଲି ସେବାୟତମାନେ ମତ ଦେଇଛନ୍ତି।

ଅଧିକ ପଢନ୍ତୁ