ରାୟଗଡା ନୁହେଁ କଳାହାଣ୍ଡି ରାଜ୍ୟରେ ଡିପଥେରିଆ ସଂକ୍ରମମଣର ଉତ୍ସ

ଡିପଥେରିଆ ସଂକ୍ରମଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇ କହିଛନ୍ତି ଯେ ରାୟଗଡ଼ା ନୁହେଁ, କଳାହାଣ୍ଡି ହେଉଛି ରାଜ୍ୟରେ ଡିପଥେରିଆ ସଂକ୍ରମଣର ଉତ୍ସ। କଳାହାଣ୍ଡିର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ବ୍ୟାପିଛି ସଂକ୍ରମଣ। ମାନୁଷପଦରରୁ ଜଣେ ବ୍ୟକ୍ତି ଇନ୍ଦ୍ରାବତୀକୁ ଯାଇଥିଲେ। ସେ ସେଠାରୁ ସଂକ୍ରମିତ ହୋଇ ମାନୁଷପଦର ଫେରିବା ପରେ ରାଜ୍ୟରେ ବ୍ୟାପିଛି ଡିପଥେରିଆ ସଂକ୍ରମଣ। ଅନ୍ୟପଟେ କୋରାପୁଟରେ ଏବେବି ଚାଲିଛି ସର୍ଭେଲାନ୍ସ । କୋରାପୁଟ ବନ୍ଧୁଗାଁର ୩୩ ପିଲାଙ୍କୁ ଦିଆଯାଇଛି ବୁଷ୍ଟର ଡୋଜ୍ ।

କାଶୀପୁର ମନୁଷପଦର ଅଂଚଳର ୧୮ଟି ଗାଁରୁ ୧୩ ଗାଁରେ ବୁଷ୍ଟର ଡୋଜ ଦିଆସରିଛି । ଅନ୍ୟମାନଙ୍କୁ ଚିହ୍ନଟ କରାଯାଇ ଟୀକା କରଣ କରାଯାଉଛି । ଡିପଥେରିଆରେ ମୃତ୍ୟୁ ହୋଇଥିବା ଜଣେ ୧୧ ବର୍ଷୀୟା ଝିଅର ମୃତ୍ୟୁ ନେଇ ଯାଂଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା ସଂଯୁକ୍ତା ସାହୁ ।ରାଜ୍ୟରେ ସ୍ଥିର ରହିଛି ଡିପଥେରିଆ ସଂକ୍ରମଣ। ନୂଆ ସଂକ୍ରମଣ ହୋଇନି। ସଂକ୍ରମଣର କାରଣ ଅପପୁଷ୍ଟି ନା ନୁହେଁ, ସେନେଇ ଅନ୍ୟ ବିଭାଗ ଦ୍ଵାରା ତଦନ୍ତ ଚାଲିଛି । ଏହାର ଯାଞ୍ଚ କରିବାକୁ ଜିଲ୍ଲାପାଳ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢନ୍ତୁ