ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ମିଳିଲା ଫାଶୀ ଦଣ୍ଡ ; ୩୩ ଥର ଛୁରୀ ଭୁସି କରିଥିଲା ହତ୍ୟା

ଜୁନ୍‌ ୯ରେ ଖଣ୍ଡଗିରି ଅଞ୍ଚଳରେ ଘଟିଥିବା ହତ୍ୟା କାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସଂଜିତ ଦାସକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଏସଡିଜେଏମ୍‌ କୋର୍ଟ। ପାରିବାରିକ ଅଶାନ୍ତିକୁ କେନ୍ଦ୍ର କରି ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ଦୋଷୀ ସଂଜିତ।।୩୩ ଥର ଛୁରୀ ଭୁସି ଅତି ବୀଭତ୍ସ ଭାବେ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ୱାମୀ । ଖବର ଅନୁଯାୟୀ, ୨୦୨୨ ମସିହାରେ ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରେ ଖେଳିଯାଇଥିଲା ଚାଞ୍ଚଲ୍ୟ । ଏହି ଅଞ୍ଚଳରେ ବାସ କରୁଥିବା ସଞ୍ଜୀବ ଦାସ ନିଜ ସ୍ତ୍ରୀଙ୍କୁ ଛୁରିରେ ଭୂଷି ହତ୍ୟା କରିଥିଲେ ।

ନିଶା ପାଇଁ ନିଜ ସ୍ତ୍ରୀଙ୍କୁ ଅତି ବିଭତ୍ସ ଭାବେ ୩୩ ଥର ଛୁରିରେ ଭୂଷି ହତ୍ୟା କରିଥିଲା । ମୃତକଙ୍କ ନାମ ଥିଲା ସରସ୍ୱତୀ ଦାସ । ଏହାସହିତ ନିଜ ୬ ବର୍ଷ ଝିଅର ତଣ୍ଟି କାଟି ମାରିଦେବାକୁ ଉଦ୍ୟମ କରିଥିଲା । ହେଲେ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ ଝିଅ । ଏହାପରେ ଭରତପୁର ଥାନା ପୋଲିସ ଅଭିଯୁକ୍ତ ସଞ୍ଜୀବ ଦାସଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା । ଆଉ ଏବେ ଏହି ମାମଲାରେ ରାୟ ପ୍ରକାଶ ପାଇଛି ।

ଅଧିକ ପଢନ୍ତୁ

Odisha Darpan Digital