ଝିଆରୀର ଛୁଆକୁ ଚୋରାଇ ନେଲା ସମ୍ପର୍କୀୟ ମାଉସୀ

କଟକ ଜିଲା ଆଠଗଡ଼ର ଖୁଣ୍ଟୁଣୀ ମେଡିକାଲ ପରିସରରୁ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ୪ ମାସର ପୁଅକୁ ଆଣି ଖୁଣ୍ଟୁଣୀ ମେଡିକାଲ ଆସିଥିଲେ ଝିଆରୀ। ତେବେ ଝିଆରୀଙ୍କୁ ଔଷଧ ପାଇଁ ପଠାଇ ଶିଶୁପୁତ୍ରକୁ ନେଇ ପଳାଇଥିଲେ ମାଉସୀ। ବହୁ ଖୋଜାଖୋଜି ପରେ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଥିଲେ ମହିଳା । ଖୁଣ୍ଟୁଣୀ ଥାନାରେ ଅଭିଯୋଗ ପରେ ଢେଙ୍କାନାଳ ପିଙ୍ଗୁଆ ଅଞ୍ଚଳରୁ ଶିଶୁ ପୁତ୍ରକୁ ଉଦ୍ଧାର କରିବା ସହ ସମ୍ପର୍କୀୟ ମାଉସୀ ସହିତ ଦ୍ବିତୀୟ ସ୍ବାମୀକୁ ଅଟକ ରଖି ପଚରାଉଚରା କରୁଛି ଖୁଣ୍ଟୁଣୀ ପୋଲିସ ।

ଅଧିକ ପଢନ୍ତୁ