ଉତ୍ତର ପ୍ରଦେଶରୁ ଆସିଲା ଆଳୁ

ଉତ୍ତର ପ୍ରଦେଶରୁ ୫ ଟ୍ରକ ଆଳୁ ଆଶି ଓଡ଼ିଶାରେ ପହଞ୍ଚିଛି। ଆହୁରି ୧୦ ଟ୍ରକ ପାଇଁ ଅର୍ଡର ଦିଆଯାଇଛି। ଧୀରେ ଧୀରେ ୩୦-୪୦ ଆଳୁ ଟ୍ରକ ଉତ୍ତର ପ୍ରଦେଶରୁ ଓଡ଼ିଶା ଆସିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ସହିତ ଆଳୁ ବେପାର ବନ୍ଦ ହେବ। ଉତ୍ତର ପ୍ରଦେଶରୁ ଆଳୁ ଆସିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପଶ୍ଚିମବଙ୍ଗରୁ ଆଳୁ ବେପାର ବନ୍ଦ କରିବା ପାଇଁ ବେପାରି ମହାସଂଘକୁ ଅନୁରୋଧ କରାଯାଇଛି। ସଂଘ ମଧ୍ୟ ଏଥିରେ ରାଜି ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital