।ପାଟଣାଗଡ଼ – ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅଧିନସ୍ଥ ଘସିଏନ ଗାଁ ସାପ୍ତାହିକ ବଜାର ସମ୍ମୁଖରେ ଗତ ମଙ୍ଗଳବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ ନେଇ ପଞ୍ଝିମାଝୀ ଅଜୁ ତାଣ୍ଡିକୁ କଇଁଚିରେ ଭୂଷି ହତ୍ୟା କରିଥିଲା। ଆକ୍ରମଣରେ ଆହତ ଉଜଳ ତାଣ୍ଡି ବଲାଙ୍ଗୀର ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି।
ଦୁଇ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଏସଡିପିଓ ଙ୍କ ନେତୃତ୍ୱରେ ଥିବା ଟିମ ଆଜି ପଞ୍ଝିମାଝିକୁ ଦହିତା ଅଂଚଳରୁ ଗିରଫ କରିଛି। ଗିରଫ ପରେ ତାକୁ ଲରମ୍ଭା ଥାନାକୁ ଆଣି ଅଧିକ ପଚରାଉଚୁରା ପରେ ମୃତକଙ୍କ ବାପାଙ୍କ ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ସମୟରେ ଏସଡିପିଓଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ପଂଛି କୁ ବିଚାର ବିଭାଗୀୟ ହଜାତକୁ ପଠାଇ ଦିଆଯାଇଥବା ନେଇ ଏସଡିପିଓ ସଦାନନ୍ଦ ପୁଝାରୀ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଲରମ୍ଭା ଥାନାଧିକାରୀ ମନୋଜ ପଧାନ ଉପସ୍ଥିତ ଥିଲେ।