ସୋଲାର ଚାଳିତ ନଳକୂପ ଭିତରେ ସାପ ପଶି ମୃତ, ନଳକୂପ ପାଣି ବିଷାକ୍ତ , ଗାଁ ଲୋକେ ଭୟଭୀତ

ପାଟଣାଗଡ଼: ସୋଲାର ଚାଳିତ ନଳକୂପ ଭିତରକୁ ଏକ ବିଷାକ୍ତ ସାପ ପଶି ମରିଯାଇଥିବାରୁ ନୂଳକୂପ ରୁ ବାହାରୁଛି ଦୂର୍ଗନ୍ଧ ବିଷାକ୍ତ ପାଣି। ଫଳରେ ପାଣି ପିଇବେ କି ନାଇଁ ଭୟରେ ରହିଛନ୍ତି ଗ୍ରାମବାସୀ । ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ରେଙ୍ଗାଲଜୁରୀ ଗାଁ ରୁ । ଗାଁ ର କେତେ ଜଣ ମହିଳା ନୂଳକୁପ କୁ ପାଣି ଆଣିବାକୁ ଯାଇଥିବା ବେଳେ ଏକ ସାପ ନଳକୂପ ଉପରେ ବୁଲୁଥିବା ଦେଖିବାକୁ ପାଇଥିଲେ। ମହିଳା ମାନଙ୍କୁ ଦେଖି ସପା ଟି ନଳକୂପ ଭିତରକୁ ପଶିଯାଇଥିଲା। ମହିଳା ମାନେ ଭୟରେ ପାଣି ନ ଆଣି ଘରକୁ ଫେରି ଆସିଥିଲେ। ସାପ ପଶିଥିବା କଥା ଗାଁ ରେ ପ୍ରଘଟ ହେବା ପରେ। ନୂଳକୂପ ପାଣି ରୁ ପାଣି ନ ଆଣିବାକୁ ଗାଁ ର ସମସ୍ତ କୁ ମନା କରାଯାଇଦିଆଯାଥିଲା । ଦୁଇ ତିନିଦିନ ଗଲା ପରେ ସାପ ନଳକୂପ ରୁ ବାହାରି ପଲାଯାଇଥିବ ଭାବି ଗ୍ରାମର ବିପିନ ବରିହା ବାଲ୍ଟି ଧରି ପାଣି ଆଣିବାକୁ ଯାଇଥିଲେ। ବାଲ୍ଟି ରେ ପାଣି ଧରି ଘରକୁ ଆଣିବା ପରେ ବାଲ୍ଟି ର ପାଣି ଦୂର୍ଗନ୍ଧ ହେଉଥିବା ଦେଖିବାକୁ ପାଇଥିଲେ।

ସାପ ଟି ନଳକୂପ ଭିତରେ ମରିଯାଇଛି ତେଣୁ ଦୂର୍ଗନ୍ଧ ବିଷାକ୍ତ ପାଣି ବାହାରୁଥିବାରୁ ଗାଁ ଲୋକେ ଭୟଭୀତ ହେବା ସାଙ୍ଗକୁ ପାନୀୟ ଜଳର ଘୋର ଅସୁବିଧା ର ସମୁଖୀନ ହେଉଛନ୍ତି। ଗାଁ ରେ ୫ ଶହ ରୁ ଉର୍ଦ୍ଧ୍ବ ଲୋକେ ବସବାସ କରୁଥିବା ବେଳେ ଗାଁ ରେ ଏହି ନଳକୂପ ଟି ପାନୀୟ ଜଳ ଉପଯୋଗୀ। ଗାଁ ର ଅଧିକାଂଶ ଲୋକେ ଏହି ନଳକୂପ ର ପାଣି ବ୍ୟବହାର କରିଥାନ୍ତି। ବର୍ତ୍ତମାନ ପାନୀୟ ଜଳ ପାଇଁ ସ୍କୁଲ ଭିତରେ ଥିବା ନଳକୂପ ର ପାଣି ବ୍ୟବହାର କରୁଛନ୍ତି। ଯାହାଫଳରେ କି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢା ରେ ବାଧାପ୍ରାପ୍ତ ହେଉଛି। ସାପ ପଶି ମରିଯାଇପଡି ଥିବା ନଳକୂପ ର ପାଣି ପରିକ୍ଷା କରାଯାଇ ଲୋକମାନେ ପିଇବା ଉପଯୋଗୀ କି ନାହିଁ ସେ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ସରପଞ୍ଚ ଶୁଶିଲ କୁମାର ଗୁରୁ, ବିଡ଼ିଓ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital