ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି : ଚାରି ଘଣ୍ଟା ଦର୍ଶନ ବନ୍ଦ

ସୋମବାର ଶ୍ରାବଣ ଶୁକ୍ଳ ପ୍ରତିପଦ ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୫ ଟା ରୁ ରାତ୍ର ୯ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ବିତୀୟ ଭୋଗ ମଣ୍ଡପ ନୀତି ପରେ ଭିତରୁ ଜୟବିଜୟ ଦ୍ବାର ବନ୍ଦ କରାଯିବ। ଖସାପଡ଼ା ନୀତି ଶେଷ ହେବା ପରେ ଠାକୁରଙ୍କୁ ମହାସ୍ନାନ କରାଯିବ।

ପରମ୍ପରା ଅନୁଯାୟୀ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ।ଦଇତାପତି ସେବାୟତଙ୍କ ଦ୍ବାରା ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବାକୁ ଥିବାରୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ। ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି କରାଯାଇଥାଏ। ଏହା ଠାକୁରଙ୍କ ଗୁପ୍ତ ନୀତି ହୋଇଥିବା ବେଳେ ବର୍ଷକୁ ଏକାଧିକ ଥର ଏହି ନୀତି ଅନୁଷ୍ଠିତ ହୋଇଥାଏ।

ଅଧିକ ପଢନ୍ତୁ