ସେଭିଂସ୍ ଆକାଉଣ୍ଟ୍ଧାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଣିକି ଜନଧନ ଏବଂ ସାଧାରଣ ସେଭିଂସ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ । କେବଳ ସେହି ଗ୍ରାହକଙ୍କ ଉପରେ ବ୍ୟାଙ୍କ ଦ୍ୱାରା ଜରିମାନା ଲାଗୁ କରାଯାଇଛି, ଯେଉଁମାନେ ନିଜ ଆକାଉଣ୍ଟରେ ଆବଶ୍ୟକ ପରିମାଣ ଟଙ୍କା ରଖିବାରେ ବିଫଳ ହୋଇଛନ୍ତି ।
ଗ୍ରାହକମାନେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ବଜାୟ ରଖି ନଥିବାରୁ ଗତ ୫ ବର୍ଷ ମଧ୍ୟରେ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକ ସଂଗ୍ରହ କରିଥିବା ୮,୫୦୦ କୋଟି ଟଙ୍କା ଜରିମାନା ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଏହା କହିଛନ୍ତି। ଏପରି ପରିସ୍ଥିତିରେ, ଯଦି ଜନଧନ କିମ୍ବା ସାଧାରଣ ସଞ୍ଚୟ ଆକାଉଣ୍ଟରେ ବାଲାନ୍ସ ବଜାୟ ରଖିବା ପାଇଁ ଆପଣଙ୍କର ବ୍ୟାଙ୍କ ଚାର୍ଜ କରେ, ତେବେ ଆପଣ ଏହା ଉପରେ ଅଭିଯୋଗ କରିପାରିବେ । ଆପଣ ବ୍ୟାଙ୍କିଙ୍ଗ୍ ଲୋକପାଳଙ୍କ ନିକଟରେ ମଧ୍ୟ ଉକ୍ତ ବ୍ୟାଙ୍କ ବିରୋଧରେ ଅଭିଯୋଗ କରିପାରିବେ।