ଆଜି (ବୁଧବାର) ଜାତୀୟ ହସ୍ତତନ୍ତ ଦିବସ

ହସ୍ତତନ୍ତ କ୍ଷେତ୍ର ହେଉଛି ଦେଶର ଗୌରବମୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ । ଏହା ଦେଶର ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ । ଦେଶର ସାମାଜିକ ଅର୍ଥନୈତିକ ବିକାଶରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ଅନେକ । ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ । ୨୦୧୫ରୁ ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସ ବା ହ୍ୟାଣ୍ଡଲୁମ୍ ଡେ’ ଭାବେ ପାଳିତ ହେଉଛି ।

୧୯୦୫ ମସିହା ଅଗଷ୍ଟ ୭ ତାରିଖରେ ସ୍ୱଦେଶୀ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଏହି ଆନ୍ଦୋଳନର ଉଦ୍ୟସ ଥିଲା ବିଦେଶୀ ଜିନିଷ ବର୍ଜନ କରିବା। ସ୍ୱଦେଶୀ ଆନ୍ଦୋଳନରେ ହସ୍ତ ତନ୍ତ ଶିଳ୍ପ କାରିଗରଙ୍କ ଅବଦାନ ଅତୁଳନୀୟ। ସେହି ଆନ୍ଦୋଳନ ଯୋଗୁ ବିଟ୍ରିସ ଶାସନର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ସେହି ସ୍ମରଣୀୟ ସ୍ମୁତିକୁ ସାଉଁଟି ରଖିବା ପାଇଁ ଅଗଷ୍ଟ ୭କୁ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରାଯାଉଛି। ଆଧୁନିକ ଯୁଗରେ ବୁଣାକାର ପରିବାର ଦୁର୍ଦ୍ଦିନରେ ରହି ମଧ୍ୟ ନିଜର କୌଳିକ ବୃତ୍ତିକୁ ସାଉଁଟି ରଖିଛନ୍ତି।

ଅଧିକ ପଢନ୍ତୁ