ଜ୍ୟୋତିରଂଜନ ହେଲେ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେସନର ମହାସଚିବ

ନୟାଗଡ଼,(ଓଡ଼ିଶା ଦର୍ପଣ): ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେସନର ସାମ୍ବିଧାନିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତଥା ରଣପୁର ବ୍ଲକ ଶିକ୍ଷକ ନେତା ଜ୍ୟୋତିରଞ୍ଜନ ଦାଶ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେସନର ମହାସଚିବ ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀଯୁକ୍ତ ଦାଶଙ୍କ ଏହି ନିର୍ବାଚନରେ ସମଗ୍ର ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ଶିକ୍ଷକ ସଂଗଠନ ମାନେ ତାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଦିନରେ ଶ୍ରୀଯୁକ୍ତ ଦାଶ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି ଶିକ୍ଷକମାନେ ଆଶା ପୋଷଣ କରିଛନ୍ତି।ସୂଚନାଯୋଗ୍ୟ ଯେ ପୁରୀ ଶ୍ରୀଗୁଣ୍ଡିଚା ଭକ୍ତନିବସରେ ଅନୁଷ୍ଠିତ ଅନୁଷ୍ଠିତ ଏହି କର୍ମକର୍ତ୍ତା ନିର୍ବାଚନ ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର ସଭାପତି ,ସମ୍ପାଦକ ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ ମାନେ ଯୋଗଦାନ କରିଥିଲେ।

ଅଧିକ ପଢନ୍ତୁ