ଏବେ ରାଜ୍ୟରେ ଆଳୁ ଆମଦାନୀକୁ ନେଇ ଦୂରାବସ୍ଥା ଜାରି ଥିବାବେଳେ ଯୋଗାଣ ମନ୍ତ୍ରୀଙ୍କ ବିଭିନ୍ନ ସମୟରେ ବିଭିନ୍ନ ମନ୍ତବ୍ୟ ଜନତାଙ୍କୁ ଅତିଷ୍ଠ କରିଛି । ଆଳୁ ସମସ୍ୟାକୁ ସମାଧାନ କରିବାକୁ ଏ ସରକାର ସମର୍ଥ ନୁହଁ ବୋଲି ଟାର୍ଗେଟ କରି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ଆଳୁ ସମସ୍ୟା ଆହୁରି ୧୫ ଦିନ ରହିବ। ତେଣୁ ଏସ୍ମା ଲାଗୁ କରି ଆଳୁ ବଜାରକୁ ନିୟନ୍ତ୍ରଣ କରିବା ଜରୁରୀ। ଶ୍ରୀମତୀ ମଲ୍ଲିକ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଖାଉଟିଙ୍କ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି।ସେ କହିଛନ୍ତି, ‘ବଗତ କିଛି ଦିନ ଧରି ରାଜ୍ୟରେ ଆଳୁ ସମସ୍ୟା ଲାଗୁ ରହିଛି ।
ହେଲେ ମନ୍ତ୍ରୀ ସବୁବେଳେ କହୁଛନ୍ତି ଖୁବ୍ ଶୀଘ୍ର ସମସ୍ୟା ସମାଧାନ ହେବ ବୋଲି । କେତେବେଳେ ଉତ୍ତରପ୍ରଦେଶରୁ ଆଳୁ ଆଣିବା କଥା କହୁଛନ୍ତି ତ କେତେବେଳେ ବିହାରରୁ ଆସିବା କଥା କହୁଛନ୍ତି ହେଲେ କେଉଁଠୁ ବି ଆଣିବାର ବ୍ୟବସ୍ଥା କରୁନାହାଁନ୍ତି । ବିଜେପି ସରକାରଙ୍କର ଲୋକଙ୍କ ସସମ୍ୟା ପ୍ରତି ଖାତିର ନାହିଁ’ ।