ଚାକିରି କରାଇ ଦେବା ନାମରେ ଠକେଇ, ଜେଲ ଗଲେ ଶିକ୍ଷୟିତ୍ରୀ । ଚାକିରି ନାରେ ଠକେଇ ଅଭିଯୋଗ ହେବା ପରେ ପୁଲିସ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ଶିକ୍ଷୟିତ୍ରୀ ଯାଜପୁର ଜିଲ୍ଲା ରଗଡି ତାଳପଦା ସେବାଶ୍ରମରେ ଶିକ୍ଷକତା କରୁଛନ୍ତି ।
ସେ ଅଭିଯୋଗକାରୀ ମଧୁସ୍ମିତାଙ୍କୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ୫ ଲକ୍ଷ ୬୫ ହଜାର ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଘସିପୁରା ପୋଲିସ ମନୀଷା ଗୁପ୍ତା ତଦନ୍ତ କରି ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଅଦାଲତରେ ହାଜର କରାଇଥିଲେ।ଶିକ୍ଷୟିତ୍ରୀ ଜଣଙ୍କ ଚାକିରି କରାଇଦେବା ନାଁରେ ବିଭିନ୍ନ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଖବର ମିଳିଛି