ପଟ୍ଟାମୁଣ୍ଡାଇ କିଛିଦିନର ବ୍ୟବଧାନ ପରେ ପୁଣି ନରହନ୍ତା ସାଜିଲା କୁମ୍ଭୀର l କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର । କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳପୁଆ ପଞ୍ଚାୟତ ଅଳପୁଆଡିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିବା ଜଣାପଡ଼ିଛି । ମହିଳା ଜଣକ ଆଳପୁଆ ଗାଁର ମଞ୍ଜୁଲତା ଭଞ୍ଜ । ନଦୀ କୂଳରେ ତାଙ୍କ ଚପଲ ଓ କିଛି ବାସନ ପଡ଼ିଥିବା ଦେଖିବାକୁ ମିଳିଛି । ବହୁ ଖୋଜାଖୋଜି ପରେ ମଧ୍ୟ ମଞ୍ଜୁଲତାଙ୍କୁ ପାଇ ନଥିଲେ।
ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପ୍ରଶାସନ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ନଦୀରେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ବହୁ ଖୋଜାଖୋଜି ପରେ ଆଜି ମଞ୍ଜୁଲତାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ଗତ ବର୍ଷ କୁମ୍ଭୀର ଆକ୍ରମଣ ଘଟଣା ଏ ପର୍ଯ୍ୟନ୍ତ ମନରୁ ଲିଭି ନଥିବା ବେଳେ ମଞ୍ଜୁଲତାଙ୍କୁ କୁମ୍ଭୀର ଟାଣି ନେବା ଘଟଣା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।