ଲୋକଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବା ସହ ପ୍ରଧାନମନ୍ତ୍ରୀ ଙ୍କ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଇବାକୁ ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡା ସାଦରମହକୁମାରେ ଜିଲ୍ଲାସ୍ତରୀୟ ହରଘର ତିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଛି। ନୂଆ ଜିଲ୍ଲାପାଳ ପାରୁଲ ପଟୱାରି ଯୋଗଦାନ କରି ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଇଛନ୍ତି। ରାୟଗଡା ଜିଲ୍ଲାରେ ସଂପୁର୍ଣ୍ଣ ମର୍ଯ୍ୟାଦାର ସହ ଜିଲାର ସମସ୍ତ ପରିବାର କିପରି ନିଜସ୍ୱ ବାସଗୃହରେ ଜାତୀୟ ପତାକାକୁ ଉତୋଳନ କରିବେ ସେଥିପାଇଁ ଏହି ଶୋଭାଯାତ୍ରା ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।
ଏହି ଅବସରରେ ଜିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ,ପୌର ପରିଷଦ ଉପାଧ୍ୟାକ୍ଷା ଶୁଭ୍ରା ପଣ୍ଡା, ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଉର୍ଣ୍ଣୟନ ଅଧିକାରୀ ନିହାର ରଞ୍ଜନ କହଁର,ଉପ ଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ରାୟଗଡା ତହସିଲଦାର ପ୍ରିୟଦର୍ଶନୀ ସ୍ୱାଇଁ, ସୂଚନା ଓ ଲୋକସମ୍ପର୍କ ଉପନିର୍ଧେଶକ ବସନ୍ତ କୁମାର ପ୍ରଧାନ,ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ସମେତ ଓଡିଶା ପୋଲିସ, ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଓ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଅଂଶ ଗ୍ରହଣ କରିଛନ୍ତି। ଏହି ଶୋଭାଯାତ୍ରା ସ୍ଥାନୀୟ ରେଳବାଇ ଛକରୁ ବାହାରି ଅଭରବ୍ରିଜ ଦେଇ ସହରପରିକ୍ରମା କରି ଗାନ୍ଧୀ ପାର୍କରେ ଶେଷ ହୋଇଛି।