ବିଦା‌ ହେଲେ ସମବାୟ ବ୍ୟାଙ୍କ ସଭାପତି

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ଓ ସଭାପତି ପଦବୀରୁ ବିଜେଡି ନେତା ଟି ପ୍ରସାଦରାଓ ଦୋରାଙ୍କୁ ହଟାଇ ଦିଆଯାଇଛି। ଏଥିସହିତ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିର ସଦସ୍ୟତା ଓ ପରିଚାଳନା କମିଟିର ସଭାପତି ପଦବୀକୁ ତତ୍କାଳ ପ୍ରଭାବରୁ ରଦ୍ଦ ଘୋଷଣା କରାଯାଇଛି।ବ୍ୟାଙ୍କ ସଭାପତି ଶ୍ରୀ ଦୋରାଙ୍କ ନାମରେ ଆସିଥିବା ଆର୍ଥିକ ଅନିୟମିତତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମବାୟ ବିଭାଗର ସଚିବଙ୍କୁ ବ୍ୟାଙ୍କ ପରିଚାଳନା ଦାୟିତ୍ବ ଦିଆଯାଇଥିଲା।

ଏକ ତିନି ଜଣିଆ ଉଚ୍ଚସ୍ତରୀୟ କମିଟି ବ୍ୟାଙ୍କର ସଭାପତିଙ୍କ ବିରୋଧରେ ଆର୍ଥିକ ଅନିୟମିତତାର ତଦନ୍ତ କରିଥିଲେ ଏବଂ ଏହା ପ୍ରମାଣିତ ହୋଇଥିଲା। ତେଣୁ ଶ୍ରୀ ଦୋରାଙ୍କୁ ନିର୍ଦ୍ଦେଶକ ଓ ସଭାପତି ପଦ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି ଗତ ୯ ତାରିଖରେ ସମସ୍ତ ନି‌ର୍ଦ୍ଦେଶକଙ୍କୁ ସୂଚନା ଦିଆଯାଇଛି। ତେଣୁ ‘ଆପେକ୍ସ ବ୍ୟାଙ୍କ ସଭାପତି’ ପଦ ପାଇଁ ଆଉଥରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ଏନେଇ ସରକାରଙ୍କ ସବୁଜ ସଙ୍କେତ ମିଳିବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ।

ଅଧିକ ପଢନ୍ତୁ

Odisha Darpan Digital