ସାଧାରଣ ଲୋକଙ୍କ ମତାମତ ନିଆଯିବା ପରେ ଜାରି ହେବ ସୁଭଦ୍ରା ଯୋଜନାର ଏସ୍ଓପି। ଏନେଇ ଆଜି ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏସଓପି ନଆସିବା ପର୍ଯ୍ୟନ୍ତ ମହିଳାମାନଙ୍କୁ ଭ୍ରମିତ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆବେଦନ ପ୍ରକ୍ରିୟା ଅତି ସରଳ କରାଯିବ, କେହି ଭ୍ରମିତ ହୁଅନ୍ତୁନି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ଅଗଷ୍ଟ ୧୫ ତାରିଖରେ ପ୍ରଥମେ ଏସ୍ଓପି ଆସିବ ।
ପରେ ସେପ୍ଟେମ୍ବର ୧୭ ତାରିଖ ଦିନ ଏହି ଯୋଜନାର ଶୁଭାରମ୍ଭ କରାଯିବ । ତେଣୁ ଏସ୍ଓପି ଆସିଲେ ରୂପରେଖ ଜଣାପଡିବ। ଲୋକମାନେ ଯାହା ମତାମତ ଦେବେ, ସେହି ହିସାବରେ ସଂଶୋଧନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ୧୪ ତାରିଖ ସୁଦ୍ଧା ଜିଲ୍ଲାପାଳମାନଙ୍କଠାରୁ ଫିଡ୍ବ୍ୟାକ୍ ରିପୋର୍ଟ ଆସିବ।