ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିଶ। 

ଆଜି ସକାଳ ୯ଟାରେ ସିଂହ କ୍ରିଶର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୬ଜୁନ ୨୦୦୪ରେ ଜନ୍ମ ହୋଇଥିଲା କ୍ରିଶ। କ୍ରିଶର ଦୁଇଟି ସନ୍ତାନ ଅଛନ୍ତି। ସେମାନେ କଳ୍ପନା ଏବଂ ଜିତ୍‌‌। ତେବେ ସିଂହ କ୍ରିଶ ଦିର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ହୋଇପଡିଥିଲା।

ଏହି କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ସେପଟେରେ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ଆସିବେ ୫ ମହାବଳ ବାଘ। ମହାବଳ ଅଣାଯିବା ନେଇ ବନ୍ୟପ୍ରାଣୀ ପିସିସିଏଫ୍‌‌ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ଓଡ଼ିଶାକୁ ଆସିବା ପରେ ବରଗଡ ଦେବ୍ରିଗଡରେ ୩ ଓ ଶିମିଳିପାଳରେ ୨ ମହାବଳ ବାଘ ଛଡାଯିବ। ଓଡ଼ିଶା ଆସିବାକୁ ଥିବା ୫ ମହାବଳ ବାଘ ଚିହ୍ନଟ ହୋଇସାରିଛି। ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଓଡ଼ିଶା ଅଣାଯିବ ବୋଲି ପିସିସିଏଫ୍‌‌ କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital