୭୮ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିଲ୍ଲୀର ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଦେଶବାସୀଙ୍କୁ ଉଦ୍ବୋଧନ ଦେବା ଅବସରରେ ୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶରେ ପରିଣତ ହେବ ବୋଲି ସେ ପ୍ରକାଶ କରିଛନ୍ତି । ସ୍ବାଧୀନତା ସଂଗ୍ରାମୀମାନେ ଅନେକ ବଳିଦାନ ଦେଇ ଦେଶକୁ ସ୍ୱାଧୀନ କରିଛନ୍ତି ।
ଏବେ ୧୪୦ କୋଟି ଜନତା ଦେଶକୁ ବିକଶିତ କରିପାରିବେ ବୋଲି ସେ କହିଛନ୍ତି । ଏହି ଅବସର ବିଶେଷ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ କାର୍ଯ୍ୟକାଳରେ ପ୍ରଥମ ସ୍ୱାଧୀନତା ଦିବସ ଅଭିଭାଷଣ । ଏହା ସହ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପଛରେ ପକାଇଛନ୍ତି । ଯିଏ କି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୧୦ ଥର ତ୍ରିରଙ୍ଗା ଉତ୍ତୋଳନ କରିଥିଲେ ।