ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ଅଭାବନୀୟ ଘଟଣା । ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କରିଲେ ମାଓବାଦୀ । ଗତ ୧୦ ଦିନ ତଳେ ମୃତ ଛାତ୍ରଙ୍କ ବଡ଼ ଭାଇଙ୍କୁ ମଧ୍ୟ ମାଓବାଦୀମାନେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରିଥିଲେ । ସ୍କୁଲରୁ ଘରକୁ ଫେରୁଥିଲେ ସୋୟମ। ଗତକାଲି ବଳମ୍ବିତ ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ସୋୟମଙ୍କ ଦେହରେ ସ୍କୁଲ ୟୁନିଫର୍ମ ରହିଛି ।

ମାଓନେତା ହିଡମାଙ୍କ ନିଜ ଗାଁ ହଉଛି ପୁବର୍ତି। ଆଉ ସେହି ଗାଁର ଛାତ୍ରକୁ ନିର୍ମମ ଭାବେ ହତ୍ୟା କରାଯାଇଛି।ମାଓବାଦୀମାନେ ସେମାନଙ୍କୁ ପୁଲିସ ସୂଚନାଦାତା ସନ୍ଦେହ କରିଥିଲେ । ମାତ୍ର ତାଙ୍କ ପରିବାର ଲୋକ ଭୟରେ ପୁଲିସକୁ କିଛି କହି ନଥିଲେ । ପରେ ସେମାନେ ତାଙ୍କ ସାନ ଭାଇ ୧୬ ବର୍ଷିୟ ଶଙ୍କରକୁ ହତ୍ୟା କରିଛନ୍ତି । ତିନି ସନ୍ତାନଙ୍କୁ ହରାଇବା ପରେ ସେମାନଙ୍କ ବାପା ମାଆ ଭୟରେ କେଉଁ ଆଡେ ଚାଲିଯାଇଥିବା ପୁଲିସ କହିଛି ।

ଅଧିକ ପଢନ୍ତୁ