ଜିଲ୍ଲାସ୍ତରୀୟ ପ୍ୟାରେଡରେ ଏନଏସି ହାଇସ୍କୁଲ ସ୍କାଉଟ ଦଳ ପୁରସ୍କୃତ


ନୟାଗଡ଼,(ଓଡ଼ିଶା ଦର୍ପଣ): ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ୟାରେଡରେ ଏନଏସି ଉଚ୍ଚ ବିଦ୍ୟାଳୟ, ନୟାଗଡ଼ର ସ୍କାଉଟ ଦଳ କୃତିତ୍ୱ ହାସଲ କରି ମୁଖ୍ୟ ଅତିଥି ତଥା ନୂତନ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ଵାରା ପୁରସ୍କୃତ ହୋଇଛି। ସ୍ଥାନୀୟ ପୋଲିସ ଟ୍ରେନିଂ ସ୍କୁଲ ପଡ଼ିଆରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ପ୍ୟାରେଡରେ ଜିଲ୍ଲାର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରୁ ୫୨ଟି ପ୍ଲାଟୁନ ଯୋଗଦାନ କରିଥିଲେ। ଏଥିରେ ନୟାଗଡ଼ ଏନଏସି ହାଇସ୍କୁଲର ସ୍କାଉଟ ବିଭାଗର ଛାତ୍ରମାନେ ଉତ୍ତମ ପ୍ରଦର୍ଶନ କରିଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ପୁରସ୍କାର ସ୍ୱରୂପ ଟ୍ରଫି ହାସଲ କରିଥିବା ସ୍କାଉଟ ପ୍ଲାଟୁନର କ୍ୟାଡେଟ ମାନଙ୍କୁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଏବଂ ସହାୟକ ଶିକ୍ଷକ ଉମାକାନ୍ତ ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital