ପାଟଣାଗଡ ( ଜଗଦିଶ ଭୋଇ ))ପାଟଣାଗଡ ସହର ଭିତରେ ଥିବା ବାଲାଜୀ ଗହଣା ଦୋକାନ ରୁ ଗତ ୧୪ ତାରିଖ ମଧ୍ୟାନ୍ନ ସମୟରେ ଗହଣା ଚୋରି କରିଥିବା ଆନ୍ତଃରାଜ୍ୟ ୩ ମହିଳା ଓ ୨ ପୁରୁଷ ଲୁଟେରା କୁ ପାଟଣାଗଡ଼ ପୁଲିସ ଗିରୀଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ଏସଡିପିଓ ସଦାନନ୍ଦ ପୂଝାରୀ ସୂଚନା ଦେଇଛନ୍ତି। ସେମାନେ ହେଲେ ଗଣେଶ ବିଜୟ ଅଲ୍ଦାର (୨୫), ନିତିନ ପଣ୍ଡୁରାଙ୍ଗ ମେଶ୍ରମ( ୪୮), ରଞ୍ଜନ ଧୋକ (୬୨), ସୁଜାତା ବୋର୍କର (୬୫) ଓ ଶ୍ରଦ୍ଧାର ମହେଶ ଗୋୟଲ ଏମାନେ ସମସ୍ତେ ମହାରାଷ୍ଟ୍ର ରାଜ୍ୟ ନାଗପୁର ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କ ଠାରେ ଗହଣା ଦୋକାନରୁ ଚୋରି ହୋଇଥିବା ୮୨.୭୦ ଗ୍ରାମ ର ବିଭିନ୍ନ ପ୍ରକାରର ସୁନା ଅଳଙ୍କାର,ଓ ୨୩.୦୨ ଗ୍ରାମ ର ବିଭିନ୍ନ ପ୍ରକାରର ରୁପା ଅଳଙ୍କାର ସହ ସେମାନେ ବ୍ୟବହାର କରୁଥିବା ଏକ ମାରୁତି ସ୍ବିପ୍ଟ ଡିଜିୟାର (ଏମ୍ ଏଚ୩୧ଡିକେ୩୩୯୫) ,୫ ଗୋଟି ମୋବାଇଲ,୨ ଗୋଟି ଓଜନ ମେସିନ ଓ ନଗଦ ୩୬ ହଜାର ୩ ଶହ ୯୦ଟଙ୍କା ପୁଲିସ ଜବତ୍ କରିଛି। ଜବତ ହୋଇଥିବା ସୁନା ଗହଣା ର ମୂଲ୍ୟ ୫ଲକ୍ଷ,୬୦ ହଜାର ଟଙ୍କା ଓ ଜବତ୍ ରୁପା ର ମୂଲ୍ୟ ୧୯ ହଜାର ୬ ଶହ ଟଙ୍କା ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଅଗଷ୍ଟ ୧୪ ତାରିଖ ମଧ୍ୟାହ୍ନ ସମୟରେ ନାଗପୁର ଜିଲ୍ଲାରତିନି ଜଣ ମହିଳା ଓ ଦୁଇ ଜଣ ଯୁବକ ଏକ ସ୍ବିପ୍ଟ ଡିଜିୟାର ଗାଡ଼ି ରେ ଆସି ବାଲାଜୀ ସୁନା ଗହଣା ଦୋକାନ ସମ୍ମୁଖ ରେ ଅଟକିଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣ ମହିଳା ଓ ଜଣେ ଯୁବକ ଗହଣା କଣିବା ଆଲରେ ଦୋକାନ ଭିତରକୁ ଯାଇଥିଲେ। ଦୋକାନ ରେ ସୁନା ଓ ରୂପା ର ବିଭିନ୍ନ କିସମର ଅଳଙ୍କାର କିଣିବାକୁ ଦୋକାନ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଦେଖାଇବାକୁ କହିଥିଲେ। ଗହଣା ମାନ ଦେଖାଇବା ସମୟରେ ଅଭିନୟ ଉପାୟରେ ଏମାନେ ଏହି ସବୁ ଗହଣା ଗୁଡିକ ଚୋରି କରି କାର ଯୋଗେ ଫେରାର ମାରିଥିଲେ।
ସନ୍ଧ୍ୟା ସମୟରେ ମାଲିକ ଜଣକ ସିସିଟିଭି ଫୁଟେଜ ଦେଖିବା ସମୟରେ ଏହି ଘଟଣା ଜାଣିବାକୁ ପାଇଥିଲେ। ଏହା ପରେ ସେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାର ରେ ପୁଲିସ ଏକ ମାମଲା ରୁଜୁ କରି ଟେକ୍ନିକାଲ ଆଧାର ରେ ସେମାନଙ୍କୁ ଯୋଗୀ ମୁଣ୍ଡ ଅଞ୍ଚଳରୁ ଧରିବାରେ ସଫଳ ହୋଇଥିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି। ପୂର୍ବରୁ ଏକ ବଡଧରଣର ସୁନା ଚୋରି କେଶ୍ ରେ ଯୋଗୀ ମୁଣ୍ଡା ଅଞ୍ଚଳର ଜଣେ ମାଷ୍ଟର ମାଇଣ୍ଡ ଧରାପଡ଼ି ସେତେବେଳେ ଜେଲ୍ ଯାଇଥିବା ବ୍ୟକ୍ତି ସହ ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ର ସହ ସଂପୃକ୍ତି ଅଛି ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।