ଭାରତୀୟ ମସଲାର ଚାହିଦା ୟୁରୋପ, ଏସିଆ ଏବଂ ଉତ୍ତର ଆମେରିକାରେ ରହିଛି । ରିୟଟର୍ସ ହାତରେ ଲାଗିଥିବା ଆର୍ଟିଆଇ ଡାଟା ମୁତାବକ, ମେରୁ ଜୁଲାଇ ମଧ୍ୟରେ ପରୀକ୍ଷଣ ଲାଗି ସଂଗ୍ରହ କରାଯାଇଥିବା ୪୦୫୪ ମସଲା ନମୁନା ମଧ୍ୟରୁ ୪୭୪ଟି ଗୁଣବତ୍ତା ଏବଂ ସୁରକ୍ଷା ମାନକ ପରୀକ୍ଷାରେ ବିଫଳ ହୋଇଥିଲା । କେଉଁ ବ୍ରାଣ୍ଡ୍ଗୁଡିକର ମସଲା ଏହି ପରୀକ୍ଷାରେ ବେଶି ମାତ୍ରାରେ ବିଫଳ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଭାରତୀୟ ମସଲା ଶିଳ୍ପ ପାଇଁ ଏହା ଏକ ବଡ ସମସ୍ୟାରେ ପରିଣତ ହୋଇଛି। ବ୍ରିଟେନ ପରେ ବର୍ତ୍ତମାନ ଭାରତର ବଡ ମସଲା ବ୍ରାଣ୍ଡ ମଧ୍ୟ ନ୍ୟୁଜିଲ୍ୟାଣ୍ଡ, ଆମେରିକା ଏବଂ ଅଷ୍ଟ୍ରେଲିଆରେ କଡା ଯାଞ୍ଚର ସମ୍ମୁଖୀନ ହେଉଛନ୍ତି।
ରଏଟର୍ସ ରିପୋର୍ଟ ଅନୁଯାୟୀ, ବ୍ରିଟେନରେ ଭାରତୀୟ ମସଲା ଆମଦାନୀ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି। ହଂକଂରେ ଦୁଇଟି ଅଗ୍ରଣୀ ଭାରତୀୟ ମସଲା ବ୍ରାଣ୍ଡ ଉପରେ ନିଷେଧାଦେଶ ପରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ (ଏଫଏସଏସଏଆଇ) ମଧ୍ୟ ଭାରତୀୟ ମସଲା ଗୁଡିକର ଯାଞ୍ଚ ଆରମ୍ଭ କରିଛି।ଜିଅନ ମାର୍କେଟ ରିସର୍ଚ୍ଚ ମୁତାବକ, ଭାରତର ଘରୋଇ ମସଲା ଶିଳ୍ପ ୨୦୨୨ରେ ୧୦.୪୪ ବିଲିୟନ ଡଲାର ସ୍ତରରେ ରହିଥିଲା । ୨୦୨୩-୨୪ ଆର୍ôଥକ ବର୍ଷରେ ଭାରତ ୪.୪୬ ବିଲିୟନ ଡଲାରର ମସଲା ବିଦେଶକୁ ରପ୍ତାନି କରିଛି ।