ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ବିଜୟ ପରେ ଓଡ଼ିଶା ଆସିଛନ୍ତି ଟିମ୍‌

ଓଡିଶାରେ ପହଞ୍ଚିଲେ ହକି ହିରୋ । ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ଜିତିଥିବା ପୁରା ହକି ଟିମ୍‌କୁ ଭୁବନେଶ୍ୱରରେ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ବିମାନବନ୍ଦରରେ ହକି ଟିମକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି। ବିମାନବନ୍ଦରରୁ ରୋଡ୍‌ ଶୋ’ରେ ହକି ହିରୋ ଯାଇଛନ୍ତି। ଅପରାହ୍ଣରେ ରାଜ୍ୟ ସରକାରଙ୍କ ପକ୍ଷରୁ ହକି ଟିମଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ରୋଡ଼ ଶୋରେ ଶହ ଶହ ଲୋକ ସାମିଲ ହୋଇଛନ୍ତି। ଏହି ସମୟରେ ଓଡିଶାର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ପୁରୀ ସାହିଯାତ ନୃତ୍ୟ, ଛଉ ନୃତ୍ୟ, ଘୁମୁରା ନୃତ୍ୟ, ଆଦିବାସୀ ନୃତ୍ୟ, ସଂକୀର୍ତ୍ତନ ମଣ୍ଡଳୀ, ଢୋଲ ବାଜା ଆଦି ନୃତ୍ୟ ସାମିଲ ହୋଇଛି। ବିମାନ ବନ୍ଦର ନିକଟରେ ସାଧାରଣ ଲୋକେ ଓ କଳାକାର ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି।

ଅଧିକ ପଢନ୍ତୁ

Odisha Darpan Digital