କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ ଶିଖର ଧାୱନ

ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଘରୋଇ ତଥା ଅନ୍ତର୍ଜାତୀୟ କ୍ରିକେଟ ପାଇଁ ସେ ବିଦାୟ ନେଇଛନ୍ତି। ୩୮ବର୍ଷୀୟ ଶିଖର ଧାୱନଙ୍କ ଅବସରକୁ ନେଇ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିଲା। ଶେଷରେ ଅଗଷ୍ଟ ୨୪ ତାରିଖ ସକାଳେ ଏକ ଭିଡ଼ିଓ ଜରିଆରେ ପୋଷ୍ଟ କରି ନିଜେ ଏହି ସୂଚନା ଦେଇଛନ୍ତି। ଭିଡ଼ିଓରେ ଶିଖର କହିଛନ୍ତି ‘ଆଜି ମୁଁ ଏମିତି ଏକ ମୁହୂର୍ତ୍ତରେ ଛିଡା ହୋଇଛି ଯେଉଁଠାରେ ପଛକୁ ଚାହିଁଲେ କେବଳ ସ୍ମୃତି ଦେଖିବାକୁ ମିଳେ। ଏବଂ ଆଗକୁ ଦେଖିଲେ ପୁରା ଦୁନିଆ। ଭାରତ ପାଇଁ ଖେଳିବା ମୋର ସବୁବେଳେ ଇଚ୍ଛା ଥିଲା ଏବଂ ଏହା ପୂରଣ ମଧ୍ୟ ହୋଇଛି।

ଏଥିପାଇଁ ମୁଁ ଅନେକଙ୍କୁ ଧନ୍ୟବାଦ ଜଣାଉଛି।ଧାୱନ ଅଷ୍ଟ୍ରେଲିଆ ବିପକ୍ଷରେ ମୋହାଲିରେ ପ୍ରଥମ ଟେଷ୍ଟ ଖେଳିଥିଲେ। ୨୦୧୩ ପରଠାରୁ ସେ ଏପର୍ଯ୍ୟନ୍ତ ୩୪ଟି ଟେଷ୍ଟରେ ଭାଗ ନେଇଛନ୍ତି। ଧାୱନ ଶେଷ ଥର ପାଇଁ ୨୦୧୮ରେ ଏକ ଟେଷ୍ଟ ମ୍ୟାଚ ଖେଳିବାର ସୁଯୋଗ ପାଇଲେ। ସେ କ୍ରିକେଟର ଦୀର୍ଘତମ ଫର୍ମାଟରେ ହାରାହାରି ୪୦.୬୧ରେ ୨୩୧୫ ରନ ସଂଗ୍ରହ କରିଥିଲେ। ଏହି ଅବଧିରେ ସେ ୭ ଶତକ ଏବଂ ପାଞ୍ଚ ଅର୍ଦ୍ଧଶତକ ହାସଲ କରିଥିଲେ। ଧାୱନଙ୍କ ସର୍ବାଧିକ ସ୍କୋର ହେଉଛି ୧୯୦ ରନ।୨୦୨୫ ଆଇପିଏଲ ଶିଖର ଧାୱନ ଖେଳିପାରନ୍ତି। କାରଣ ସେ ତାଙ୍କ ଭିଡିଓରେ ଆଇପିଏଲ୍ ସମ୍ପର୍କରେ କିଛି କହିନାହାନ୍ତି। ଶିଖର ୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ ଓ ୬୮ଟି, ଟି-୨୦ ମ୍ୟାଚ୍ ଖେଳିଛନ୍ତି।

ଅଧିକ ପଢନ୍ତୁ