କଟକରେ ଦୁର୍ଗାପୂଜା ଓ ଭସାଣୀରେ ଡିଜେ ସମ୍ପୂର୍ଣ୍ଣ ମନା । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଆସନ୍ତା ଅକ୍ଟୋବର ୧୪ରେ ଭସାଣି ହେବାକୁ ଥିବା ବେଳେ ଡିଜେକୁ ବାରଣ କରାଯାଇଛି। ତେବେ ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିପାରିବ ବୋଲି ଅନୁମତି ଦେଇଛନ୍ତି ପୋଲିସ କମିଶନର।
ପୋଲିସ ପକ୍ଷରୁ ‘ନିଶା ମୁକ୍ତ ଭସାଣୀ ଡିଜେ ମୁକ୍ତ ରୋଷଣୀ’ ପାଇଁ ଏକ କ୍ୟାସେଟ୍ ଉନ୍ମୋଚନ କରାଯାଇଛି ।
ଚଳିତ ବର୍ଷ ଡିଜେ ଗାଡ଼ିକୁ ଅନୁମତି ଦିଆଯାଇ ନାହିଁ । କେବଳ ୬ଟି ବକ୍ସକୁ ଏକା ଥରକେ ଅନୁମତି ଦିଆଯିବ ଓ ଯଦି କେହି ଜୋର ଜବରଦସ୍ତ ଚାନ୍ଦା ଆଦାୟ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।