ଅସଲି ପୋଲିସ ହାତରେ ନକଲି ପୋଲିସ ।

ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ। ଶାରୀରିକ ସମ୍ପର୍କ ରଖିବା ସହ ସେମାନଙ୍କଠାରୁ ଟଙ୍କା ଠକି ନେଉଥିଲେ। ଖଣ୍ଡଗିରି ପୋଲିସ ଏଭଳି ଜଣେ ନକଲି ପୋଲିସ ଅଫିସରଙ୍କୁ ଗିରଫ କରିଛି । ତାର ନାଁ ସୁବାସ ଚନ୍ଦ୍ର କହଁର । ଘର ଭଦ୍ରକ । ସେ ନିଜକୁ ଇନ୍ସପେକ୍ଟର, ମନୋଜ କୁମାର ମିଶ୍ରର ପରିଚୟ ଦେଉଥିଲା।

ଇନଷ୍ପେକ୍ଟର ଭାବେ ପରିଚୟ ଦେଇ ଜଣେ ଯୁବତୀଙ୍କୁ ବିବାହ କରିଥିଲେ |

ବିବାହ ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ସତ ଧରାପଡ଼ିଯିବା ଭୟରେ ଅଭିଯୁକ୍ତ ବିଭିନ୍ନ ବାହାନ ଦେଖାଇ ତାଙ୍କୁ ଘରକୁ ନ ନେଇ ଖଣ୍ଡଗିରି ସରକନ୍ତରାସ୍ଥିତ ଏକ ଭଡାଘରେ ରଖିଥିଲେ। ଫଳରେ ଯୁବତୀ ଜଣଙ୍କର ସନ୍ଦେହ ହେବାରୁ ସେ ଅଭିଯୁକ୍ତ ସୁବାସଙ୍କ ଉପରେ ଟିକିନିଖି ନଜର ରଖିଥିଲେ। ଏହି ସମୟରେ ତାଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ବଢ଼ିବାରୁ ସେ ସୁବାସ ଚଢୁଥିବା ଏକ ସୁଇଫ୍ଟ ଡିଜାୟାର କାରର ରେଜିଷ୍ଟ୍ରେଶନ ନମ୍ବର ଜରିଆରେ ପ୍ରକୃତ ସତ ଜାଣିବାକୁ ପାଇଥିଲେ। ଏହାପରେ ପୀଡିତା ଜଣକ ଏ ନେଇ ଥାନାରେ ଏତଲା ପରେ ପୋଲିସ ଅଭିଯୁକ୍ତ ସୁବାସଙ୍କୁ ଗିରଫ କରିବା ସହ ତାଙ୍କ କେଳେଙ୍କାରୀର ପର୍ଦ୍ଦାଫାଶ କରିଛି।

ଏହି ବିବାହ ପୂର୍ବରୁ ସେ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ବିବାହ କରିଛନ୍ତି। ନକଲି ପୋଲିସ ଜଣଙ୍କର ପ୍ରକୃତ ବୟସ ୫୫ ହୋଇଥିବା ବେଳେ ତାଙ୍କର ୨୫ ବର୍ଷର ପୁଅ ମଧ୍ୟ ରହିଛି । କିନ୍ତୁ ପ୍ରାପ୍ତ ବୟସରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଓ ଟଙ୍କା ଠକେଇ ପାଇଁ ସେ ନିଜକୁ ପୋଲିସ କହୁଥିବା କହିଛନ୍ତି ଏସିପି ।

ଅଧିକ ପଢନ୍ତୁ

Odisha Darpan Digital