୫୫ ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣା ଡାଇଲିସିସ ହେବ ଓ ସମ୍ବଲପୁରରେ ହେବ ଦ୍ୱିତୀୟ ଏମ୍ସ

ରାଜ୍ୟରେ ସ୍ବାସ୍ଥ୍ୟବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ଏହି ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମିଳିତ ଭାବେ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ମିଳିବ। ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଇ ସରକାର ଏକ ବଡ ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ମୁତାବକ ଭୁବନେଶ୍ୱର ପରେ ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ହେବ । ଏନେଇ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ୫୫ ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣା ଡାଇଲିସିସ ହେବ ବୋଲି କହିଛନ୍ତି ।

ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୩୦୫୬କୋଟି ଟଙ୍କାର ବଜେଟ୍ ଥିବାବେଳେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୫୦୦କୋଟିର ବ୍ୟୟବରାଦ ଅଛି। ଏହି ଦୁଇଟି ଯୋଜନା ମିଳିତ ଭାବେ ଲାଗୁ ହେଲେ କେନ୍ଦ୍ର ସରକାର ୬୦%, ରାଜ୍ୟ ସରକାର ୪୦% ଅର୍ଥ ଦେବେ। ଫଳରେ ରାଜ୍ୟ ସରକାରଙ୍କର ବାର୍ଷିକ ୬୦୦କୋଟି ଟଙ୍କା ବଞ୍ଚିବ।

ସେପଟେ ଡାକ୍ତରଙ୍କ ସୁରକ୍ଷା ପାଇଁ ସରକାର ଗଠନ କରିବେ ଟାକ୍ସଫୋର୍ସ । ସମସ୍ତ ମେଡିକାଲ କଲେଜରେ ଖୋଲିବ ପୋଲିସ ଆଉଟପୋଷ୍ଟ । ଫୋନ କରିବାର ୨୦ ମିନିଟ ଭିତରେ ରୋଗୀଙ୍କ ନିକଟରେ କିଭଳି ଆମ୍ବୁଲାନ୍ସ ପହଂଚିପାରିବ ସେନେଇ ସରକାର ବିଚାର କରୁଛନ୍ତି । ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଅଧିକ ପଢନ୍ତୁ