କଣ୍ଟେନରରୁ ବୋହିନେଲେ ଖାଦ୍ୟ ସାମଗ୍ରୀ

ରାଜନଗର ବ୍ଲକ ସାତଭାୟା ସମୁଦ୍ର କୂଳରେ ଲାଗିଛି ଦୁଇ ଦୁଇଟି ବିରାଟକାୟ କଣ୍ଟେନର । କୌଣସି ଏକ ଜାହାଜରୁ ଏହି କଣ୍ଟେନର ଖସି ପଡ଼ି ଭାସିଆସିଥିବା ସନ୍ଦେହ କରାଯାଉଥିବାବେଳେ କଣ୍ଟେନରରେ ସମସ୍ତ ଜିନିଷ ଥିବା ଜଣାପଡ଼ିଛି। ଏଥିରେ ପ୍ରସାଧାନ ସାମଗ୍ରୀଠୁ ଆରମ୍ଭ କରି ଘରକରଣା, ରୋଷେଇ ଓ ଖାଦ୍ୟ ସାମଗ୍ରୀ ଥିଲା। କିନ୍ତୁ ସାଧାରଣ ଲୋକେ ସାମଗ୍ରୀ ବୋହିନେଲେ ।ଏହି କଣ୍ଟେନର ଉପରେ ଆଇଟିଟି ଲାଇନ ପ୍ରାଇଭେଟ ଲିମିଟେଡ ଲେଖାଥିବା ଦେଖିବାକୁ ମିଳିଛି। ଏତେ ବଡ଼ କଣ୍ଟେନର କେଉଁଠୁ ଭାସି ଆସିଲା ?

ଏହା କେଉଁ ଦେଶର ଏବଂ ଏଥିରେ କଣ ସାମଗ୍ରୀ ଥିଲା ତାହା ଜଣା ପଡ଼ିନଥିବା ବେଳେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଅଗଷ୍ଟ ୨୫ରେ ମୁମ୍ବାଇ ନିର୍ମିତ ଭାରତୀୟ ପଣ୍ୟବାହୀ ଜାହାଜ ଆଇଆଇଟି ପୁମା କୋଲକାତା ବନ୍ଦରରୁ ପୋର୍ଟବ୍ଲେୟାର ଯାଉଥିଲା। ତେବେ ଜାହାଜରେ କଣା ଥିବାରୁ ପାଣି ପଶି ସାଗରଦ୍ୱୀପଠାରୁ ୯୦ ନଟିକାଲ ମାଇଲ ଦୂରରେ ଜାହାଜଟି ବୁଡ଼ିଯାଇଥିଲା। ଜାହାଜର କ୍ୟାପଟେନଙ୍କଠାରୁ ସୂଚନା ପାଇ କୋଷ୍ଟଗାର୍ଡ ପାଟ୍ରୋଲିଂ ଜାହାଜ ସାରଙ୍ଗ ଓ ଅମୋଘ ଘଟଣାସ୍ଥଳକୁ ଯାଇଥିଲା। ସେଠାରେ ପାଣିରେ ପହଁରୁଥିବା ୧୧ ଜଣ ନାବିକଙ୍କୁ ଉଦ୍ଧାର କରିଥିଲା। ଏବେ ବି ୩ ଜଣ ନିଖୋଜ ଅଛନ୍ତି। ତେବେ ଏହି ଦୁଇ କଣ୍ଟେନର ଉକ୍ତ ଜାହାଜର ହୋଇଥିବା ଅନେକ ଅନୁମାନ କରୁଛନ୍ତି।

ଅଧିକ ପଢନ୍ତୁ