ପାଲା ଗାୟକ ମଣ୍ଡଳର ବାର୍ଷିକ ସମ୍ମିଳନୀ ପ୍ରସ୍ତୁତି ବୈଠକ

ନୟାଗଡ଼,(ଓଡ଼ିଶା ଦର୍ପଣ): ଆସନ୍ତା ନଭେମ୍ବର ମାସ  ୨୪ ତାରିଖରେ ନୟାଗଡ଼ ଜିଲ୍ଲା ମା ଦକ୍ଷିଣକାଳୀ ଚନ୍ଦ୍ର ଶେଖର ପାଲା ଗାୟକ ମଣ୍ଡଳର ବାର୍ଷିକ ସମ୍ମିଳନୀ ସିଧାମୂଳାଠାରେ ଅନୁଷ୍ଠିତ ହେବ । ଏ ପରିପ୍ରେକ୍ଷୀରେ ନୟାଗଡ଼ସ୍ଥିତ ଗୁଣ୍ଡିଚା ମଣ୍ଡପଠାରେ ଗାୟକ କଳାନିଧି ମନୋଜ କୁମାର ମିଶ୍ରଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗାୟକ ପଞ୍ଚାନନ ସାହୁ, ତ୍ରିନାଥ ପଣ୍ଡା, ଲକ୍ଷ୍ମୀଧର ବଳବନ୍ତ,ଅକ୍ରୁର  ବାରିକ,ରମେଶ  କୁମାର  କୁଣ୍ଡ,ପ୍ରଦୀପ  କୁମାର  ଅତିବୁଦ୍ଧି, ଲଡୁକିଶୋର ଶୁକ୍ଲ,ମଳୟ  ମହାପାତ୍ର, ରାଜକିଶୋର ପ୍ରଧାନ, ବୁଲୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ

kc ads