ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିନଟେଣ୍ଡେଂଟ ସତ୍ୟପ୍ରକାଶ ସ୍ୱାଇଁଙ୍କ କେନ୍ଦୁଝର ସରକାରୀ ବାସଭବନରେ ରେଡ କରୁଛି ଭିଜିଲାନ୍ସ। କେନ୍ଦୁଝର ଅଫିସ ସହ ସରକାରୀ ବାସଭବନ, ଲକ୍ଷ୍ମୀସାଗରରେ ଥିବା ନିଜ ବାସଭବନ ଓ ଶ୍ୱଶୁର ଘର, ଜାଗମରା ବାସଭବନ, ଝାରପଡ଼ା ଜେଲ ପୁରୁଣା କ୍ୱାର୍ଟର, ଭଦ୍ରକର ପୈତୃକ ଘରେ ମଧ୍ୟ ରେଡ୍ ଚାଲିଛି। ଆଜି ସକାଳୁ କେନ୍ଦୁଝର ଜେଲ୍ରେ ସ୍ଥାନୀୟ ଭିଜିଲାନ୍ସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଚଢ଼ାଉ ସମୟରେ ଅଧିକାରୀଙ୍କ ହାତରେ ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଲାଗିଥିବା ସୂଚନା ମିଳିଛି।