ଝାରପଡା ଜେଲର ପୂର୍ବତନ ସୁପରିଟେଣ୍ଡେଣ୍ଟ ତଥା କେନ୍ଦୁଝର ଜେଲର ବର୍ତ୍ତମାନର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ସତ୍ୟ ପ୍ରକାଶ ସ୍ବାଇଁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧୀକ୍ଷକଙ୍କ ଘରେ ଶୁକ୍ରବାର ଭିିଜିଲାନ୍ସ ଚଢାଉ କରିଥିଲା। ଅମାପ ସମ୍ପତ୍ତିର ହିସାବ ଦେଇନପାରିବାରୁ ସତ୍ୟପ୍ରକାଶଙ୍କୁ ଭିଜିଲାନ୍ସ ଗିରଫ କରିଛି। ସତ୍ୟପ୍ରକାଶ ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ କରିବା ନେଇ ଭୁବନେଶ୍ୱର ଦୁର୍ନୀତି ନିବାରଣ ସ୍ୱତନ୍ତ୍ର ଜଜ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି ହୋଇଥିଲା। ଏହାପରେ କେନ୍ଦୁଝର ଜିଲା କାରାଗାର ଓ ସରକାରୀ ବାସଭବନ ସମେତ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଗୋବିନ୍ଦ ପ୍ରସାଦ ସ୍ଥିତ ଘର, ଖଣ୍ଡଗିରି ଥାନା ସିଦ୍ଧଇ ବିହାର ସ୍ଥିତ ପୈତୃକ ବାସଭବନ, ଝାରପଡା ସ୍ଥିତ ସରକାରୀ ବାସଭବନ ଏବଂ ଭଦ୍ରକ ଜିଲା ଧୁଷୁରୀ ଥାନା ଅଧିନ ନରସିଂହପୁର ସ୍ଥିତ ପୈତୃକ ବାସଭବନ ସମେତ ଏକସଙ୍ଗେ ୭ଟି ସ୍ଥାନରେ ଚଢାଉ ହୋଇଥିଲା। ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ ଭୁବନେଶର ଝାରପଡ଼ାରେ ୪ ମହଲା ବିଶିଷ୍ଟ କୋଠା। ୩୩୦୦ ବର୍ଗ ଫୁଟରରେ ହୋଇଥିବା ଏହି କୋଠାର ଦାମ ପ୍ରାୟ ୧.୬୪ କୋଟି ଟଙ୍କା ବୋଲି ଭିଜିଲାନ୍ସ ଟିମ ଜାଣିବାକୁ ପାଇଛି । ସେହିପରି ଭୁବନେଶର, ବଲାଙ୍ଗୀର, ଢେଙ୍କାନାଳରେ ମୂଲ୍ୟବାନ ଘର ଡିହ ପ୍ଲଟ, ଭୁବନେଶର ଧଉଳିରେ ପ୍ଲଟ, ବଲାଙ୍ଗୀରରେ ୨ଟି ପ୍ଲଟ, ଢେଙ୍କାନାଳ ମହିଷାପାଟରେ ପ୍ଲଟର ସନ୍ଧାନ ପାଇଛି ଭିଜିଲାନ୍ସ । ଏହାସହ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର,ବ୍ୟାଙ୍କ ଓ ପୋଷ୍ଟାଲ ଡିପୋଜିଟରେ ଥିବା ୬.୨୪ ଲକ୍ଷ, ଗୋଟିଏ ଲେଖାଏଁ କାର ଓ ବାଇକ ,୧୪.୪୬ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ଠାବ କରିଛି।