୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା ଦେଇଛନ୍ତି। କେନ୍ଦୁଝରରେ ସୁଭଦ୍ରା ରଥର ଶୁଭାରମ୍ଭ ଅବସରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସାରା ରାଜ୍ୟରେ ହାତୀ ମଣିଷ ଲଢେଇ ଚରମ ସୀମାରେ ପହଞ୍ଚିଥିବା ବେଳେ ଭାଲୁ, ହରିଣ, କୁଟୁରା ଆଦି ବନ୍ୟଜନ୍ତୁ ଖାଦ୍ୟ ଅନ୍ବେଷଣରେ ସହର ମୁହାଁ । ଫଳରେ ମଣିଷଙ୍କ ଧନ ଜୀବନ ସହ ବନ୍ୟଜନ୍ତୁ ମଧ୍ୟ ବିପଦରେ ପଡିଛନ୍ତି । ଏହାକୁ ସୁରକ୍ଷା ଦେବାରେ ମୁଖ୍ୟ ବାଧକ ସାଜିଛି ବନରକ୍ଷୀଙ୍କ ଅଭାବ । ଫଳରେ ଏହାର ସୁଯୋଗ ନେଇ କାଠ ମାଫିଆ ଓ ଶିକାରୀ ଅବାଧରେ ଜଙ୍ଗଲରେ ବୁଲୁଛନ୍ତି ଓ ଶୀକାର କରୁଛନ୍ତି, ଜଙ୍ଗଲ ଧ୍ୱଂସ କରୁଛନ୍ତି । ଯାହାକୁ ରୋକ ଲଗାଇବାକୁ ମୋହନ ସରକାର ଅଣ୍ଟା ଭିଡ଼ିଛନ୍ତି ।