କେନ୍ଦ୍ରାପଡ଼ାରେ କୁକୁଡ଼ା ମଡ଼କ, ବାର୍ଡ ଫ୍ଲୁ ଆଶଙ୍କା

ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି। ଏଣ୍ଡର, ନରସିଂହପୁର, ତିଲଙ୍ଗରେ ବ୍ୟାପକ କୁକୁଡ଼ା ମରି ପଡ଼ିଥିବା ସୂଚନା ମିଳିଛି। ପ୍ରତିଦିନ ଶହ ଶହ ସଂଖ୍ୟାରେ କୁକୁଡା ମରି ଏଣେ ତେଣେ ପଡୁଛି । ତେବେ ଫାର୍ମ ମାଲିକ ମାନେ ମରୁଥିବା କୁକୁଡା ସବୁକୁ ଲୁଚା ଛପାରେ ବିଭିନ୍ନ ଅଞ୍ଚଳରେ ଫୋପାଡି ଦେଉଛନ୍ତି । ସେ ସବୁକୁ କାଉ କୁକୁର ଟାଣି ଖାଉଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଏମିତିକି ରୋଗାକ୍ରାନ୍ତ ହୋଇ ପଡିରହିଥିବା କୁକୁଡା ଗୁଡିକୁ କେତେକ ସ୍ଥାନରେ ଶସ୍ତା ଦାମରେ ବିକ୍ରି କରି ଦିଆଯାଉଛି ।

ଏ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହି ଅଞ୍ଚଳରେ ଥିବା ଅନେକ ଫାର୍ମରେ ବହୁ କୁକୁଡ଼ାଙ୍କ ମୃତ୍ୟୁ ହେଉଥିବାରୁ ଏଠାରେ ବାର୍ଡ ଫ୍ଲୁ ଆଶଙ୍କା କରାଯାଉଛି। ସ୍ଥାନୀୟ ପ୍ରଶାସନ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ନିବେଦନ କରାଯାଇଛି। ବାସ୍ତବରେ କେନ୍ଦ୍ରାପଡାରେ ବାର୍ଡ ଫ୍ଲୁ ବ୍ୟାପୁଛି ନା କୁକୁଡା ମଡକ ପଛରେ ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

ଅଧିକ ପଢନ୍ତୁ