ଚାଷୀଙ୍କ ଆକାଉଣ୍ଟକୁ ଆସିଲା ୨ ହଜାର ଟଙ୍କା।

ଚାଷୀଙ୍କୁ ନୂଆଖାଇ ଭେଟି। କୃଷିଭିତ୍ତିକ ଗଣପର୍ବ ନୂଆଖାଇରେ ରାଜ୍ୟ ସରକାର ଦେଲେ ଭେଟି। ଆରମ୍ଭ ହେଲା ସିଏମ କିଷାନ ଯୋଜନା। ଚାଷୀଙ୍କ ଆକାଉଣ୍ଟକୁ ଆସିଲା ୨ ହଜାର ଟଙ୍କା। ଏହି ଯୋଜନା ଦ୍ବାରା ରାଜ୍ୟର ୪୫ଲକ୍ଷ ୭୬ହଜାର ୫୨୪ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ଲକ୍ଷ ୧୨ହଜାର ୧୨୨ଜଣ ଭୂମିହୀନ ଚାଷୀ ଲାଭାନ୍ବିତ ହେବେ । ଏଥି ସହ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨ହଜାର ୫୦୦ଟଙ୍କା ମିଳିବ । ଖରିଫ୍‌ ଓ ରବି ଫସଲ ପୂର୍ବରୁ ଯୋଗ୍ୟ ହିତାଧିକାରୀମାନେ DBT ମାଧ୍ୟମରେ ବର୍ଷକୁ ୨ଟି କିସ୍ତିରେ ମୋଟ ୪ ହଜାର ଟଙ୍କା ଆର୍ଥିକ ସହାୟତା ପାଇବେ । ସିଏମ କିଷାନକୁ ନେଇ ଚାଷୀଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ ତାହାର ଉତ୍ତର ଦେଉଛି ସିଏମ କିଷାନ ପୋର୍ଟାଲ । ଚାଷୀ ମାନେ ସମସ୍ତ ତଥ୍ୟ ପାଇବା ସହ ପଞ୍ଜୀକରଣ ମଧ୍ୟ କରିପାରିବେ । ଏଥିପାଇଁ ସରକାରଙ୍କ ପକ୍ଷରୁ କୃଷି ହେଲ୍ପଲାଇନ ନମ୍ବର ୧୫୫୩୩୩ ଜାରି କରାଯାଇଛି ।

ଅଧିକ ପଢନ୍ତୁ