ଗୋଟିଏ ରାତିରେ ୩ ନାବାଳିକା ଝିଅଙ୍କ ଜୀବନ ନେଲା ବିଷଧର ସାପ

ରାତିରେ ଶୋଇଥିବାବେଳେ କାମୁଡ଼ିଲା ବିଷଧର ସାପ। ଚାଲିଗଲା ୩ ଭଉଣୀଙ୍କ ଜୀବନ। ଗୁରୁତର ଅବସ୍ଥାରେ ବାପା ଜୀବନ ସହ ସଂଘର୍ଷ କରୁଛନ୍ତି। ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ ଟିକରପଡ଼ା ପଞ୍ଚାୟତର ଚରିଆପାଲି ଗ୍ରାମରେ।ଘଟଣା ମୁତାବକ ସମସ୍ତେ ଘର ଚଟାଣରେ ଶେଯ ପାରି ଶୋଇଥିବା ବେଳେ ରାତି ପ୍ରାୟ ୧ଟା ବେଳେ କୌଣସି ବିଷାକ୍ତ ସାପ କାମୁଡ଼ି ଥିଲା। ଏକ ବା ଏକାଧିକ ଜଣାପଡ଼ିନି। ପ୍ରଥମେ ତିନି ଝିଅଙ୍କୁ ପରେ ବାପାଙ୍କୁ କମୁଡ଼ିବାରୁ ବେଳେ ସେ ଉଠିପଡ଼ିଥିଲେ। ଅନ୍ୟମାନଙ୍କୁ ଉଠାଇ ସେମାନଙ୍କୁ ମଧ୍ୟ ସାପ କାମୁଡ଼ି ଥିବା ଜାଣିବାକୁ ପାଇଲେ। ସମ୍ପର୍କୀୟଙ୍କ ସହାୟତାରେ ସେମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଜଣେ ପରେ ଜଣେ ତିନି ଝିଅଙ୍କ ମୃତ୍ୟୁ ହୋଇଥିଲା।

ଅଧିକ ପଢନ୍ତୁ

Odisha Darpan Digital