ଭାରତରେ ମଙ୍କିପକ୍ସ,ଚିହ୍ନଟ ହେଲେ ପ୍ରଥମ ସନ୍ଦିଗ୍ଧ ।

ଭାରତରେ ମଙ୍କିପକ୍ସ, ଚିହ୍ନଟ ହେଲେ ପ୍ରଥମ ସନ୍ଦିଗ୍ଧ। ଦେଶରେ ମଙ୍କିପକ୍ସ ଭୂତାଣୁର ପ୍ରଥମ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ଘୋଷଣା କରିଛି କେନ୍ଦ୍ର ସ୍ବାସ୍ଥ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ନିକଟରେ ଭାରତ ଆସିଥିବା ଜଣେ ଯୁବ ପୁରୁଷ ରୋଗୀଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ କରାଯାଇଛି। ସମ୍ପୃକ୍ତ ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ ଅଲଗା ରଖାଯାଇଛି ଏବଂ ମଙ୍କିପକ୍ସ ସଂକ୍ରମଣ ନିଶ୍ଚିତ କରିବା ପାଇଁ ତାଙ୍କ ନମୁନା ପରୀକ୍ଷା କରାଯାଉଛି। ରୋଗୀ ବର୍ତ୍ତମାନ ସ୍ଥିର ଅଛନ୍ତି ଏବଂ କୌଣସି ଅଯଥା ଚିନ୍ତାର କାରଣ ନାହିଁ ବୋଲି ମନ୍ତ୍ରାଳୟ କହିଛି।ସମ୍ଭାବ୍ୟ ଉତ୍ସକୁ ଚିହ୍ନଟ କରିବା ଏବଂ ଦେଶ ଭିତରେ ଏହାର ପ୍ରଭାବ ଆକଳନ କରିବା ପାଇଁ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାରାତ୍ମକ ଭୂତାଣୁ ଯୋଗୁ ସୃଷ୍ଟି ହେବାକୁ ଥିବା ଯେକୌଣସି ସମ୍ଭାବ୍ୟ ବିପଦକୁ ହ୍ରାସ କରିବା ଏବଂ ନିୟନ୍ତ୍ରଣ କରିବାକୁ ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

ଅଧିକ ପଢନ୍ତୁ