ସଦର ଥାନା ଭାପୁର ଅଂଚଳରେ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସଂପୃକ୍ତ ଅଂଚଳର କେତେକ ଯୁବକ ଦୀର୍ଘ ମାସ ଧରି ଗଣଦୁଷ୍କର୍ମ କରିଆସୁଥିଲେ।ସୂଚନା ମୁତାବକ, ଜଣେ ଅସହାୟ ଗରିବ ଝିଅକୁ ୭ଜଣ ପିଶାଚ, ୭ ମାସ ଧରି ଦୁଷ୍କର୍ମ କରି ଚାଲିଥଲେ, ଆଉ ସମସ୍ତେ ସବୁ ଜାଣି ଚୁପ ବସିଥିଲେ, ତାହା ଆଚମ୍ବିତ କରିଛି । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡିର ମହୁଲପଞ୍ଜି ଗାଁରେ । ତେବେ ଦୁଷ୍କର୍ମକାରୀ ମାସ ମାସ ଧରି ଯୁବତୀଙ୍କ ସହ ଦୁଷ୍କର୍ମ କରି ଚାଲିଥିଲେ । ସଦର ପୁଲିସ ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ହାତକଡ଼ି ପିନ୍ଧାଇଛି । ପ୍ରତିଦିନ ଯୁବତୀ ଏଭଳି ଦୁଷ୍ମର୍ମର ଶିକାର ହେଉଥିଲେ।
ଏପରିକି ଗର୍ଭବତୀ ହେବା ପରେ ମଧ୍ୟ ଦୁଷ୍କର୍ମକାରୀମାନେ ଏଭଳି ଘୃଣ୍ୟ କାମରୁ ବିରତ ହେଉନଥିଲେ। ଯୁବତୀ ଜଣକ ପ୍ରଥମେ ପ୍ରଥମେ ଦୁଷ୍କର୍ମର ଶିକାର ହେବା ପରେ ଘଟଣା ସଂପର୍କରେ ଅଭିଯୁକ୍ତମାନଙ୍କ ପରିବାର ଠାରେ ଅଭିଯୋଗ କରିଥିଲେ। ସେମାନେ ଏହା ଉପରେ ଗୁରୁତ୍ୱ ନଦେଇ ନିଜ ପିଲାଙ୍କ ସଫେଇ କଥା ଉପରେ ବିଶ୍ୱାସ କରି ତାଙ୍କୁ ପାଗେଳି କହି ତାଙ୍କ କଥାକୁ ସମସ୍ତେ ଏଡେଇ ଦେଉଥିଲେ। ଫଳରେ ଯୁବତୀଜଣକ ନିରାଶ ହୋଇ ମୁହଁ ଖୋଲିବା ପରିବର୍ତେ ଚୁପ ହୋଇ ସବୁ ନିର୍ଯ୍ୟାତନା ସହିଯାଉଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ଢେଙ୍କାନାଳ ସଖୀ କେନ୍ଦ୍ର ପକ୍ଷରୁ ପୀଡ଼ିତା ଯୁବତୀଙ୍କୁ ଗତ ଦୁଇଦିନତଳେ ଉଦ୍ଧାର କରି ଅଣାଯାଇଥିଲା। ତାଙ୍କୁ କାଉନସେଲିଂ କରିବା ପରେ ସଂପୃକ୍ତ ଯୁବତୀ ପାଗେଳି ନୁହଁନ୍ତି, ପରିସ୍ଥିତି ଏବଂ ଅସାମାଜିକମାନେ ତାଙ୍କୁ ପାଗେଳି ସଜେଇଦେଇଥିବା ଜଣେ କର୍ମୀ ପ୍ରକାଶ କରିଛନ୍ତି।ତେବେ ଆକ୍ସନ ମୋଡରେ ଉପମୁଖ୍ୟମନ୍ତ୍ରୀ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦେଲେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ।