ନୀଳରକ୍ତ କଙ୍କଡ଼ା ଜିଓ ଟ୍ୟାଗିଙ୍ଗ୍‌

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ନଦୀ ଅବବାହିକା ଅଞ୍ଚଳରେ ବହୁସଂଖ୍ୟାରେ ବିରଳ ପ୍ରଜାତିର ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ବା ହର୍ସୁକ୍ରାବ୍‌ଙ୍କ ପୂର୍ଣ୍ଣିମା, ଅମାବାସ୍ୟାରେ ମିଳନ ପ୍ରକ୍ରିୟା ଦେଖିବାକୁ ମିଳେ।ଏହି ପ୍ରଜାତିର ସାମୁଦ୍ରିକ ଜୀବ ବିଶେଷକରି ପୃଥିବୀର ପ୍ରଶାନ୍ତ ମହାସାଗର ଅବବାହିକା ଓ ବଙ୍ଗୋପସାଗର କୂଳର ବାଲେଶ୍ୱର ଜିଲାର ସନ୍ତସନ୍ତିଆ ସମୁଦ୍ର କୂଳ ଓ କେନ୍ଦ୍ରାପଡ଼ା ଜିଲାର ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଦେଖିବାକୁ ମିଳେ। ଏମାନଙ୍କ ଜିଇଓ ଟ୍ୟାଗିଙ୍ଗ୍‌ ସର୍ବେକ୍ଷଣ କରାଗଲେ ବଂଶର ପ୍ରାଚୀନ କାଳର ମୂଳ ଉତ୍ସରୁ ସୃଷ୍ଟି ହୋଇଥିବା ଗବେଷଣା ସହିତ ତଥ୍ୟ, ସର୍ଭେଲାନ୍ସ, ଫଟୋ ଓ ଅନ୍ୟ ତଥ୍ୟ ପ୍ରକାଶ ପାଇବ ବୋଲି କୁହାଯାଇଛି। ଏମାନଙ୍କ ଶରୀରରେ ଲୌହ ବା ଆଇରନ ବଦଳରେ କପର ବା ତମ୍ବା ଭଳି ହେମସିଆନିନ ନାମକ ରାସାୟନିକ ପଦାର୍ଥ ଥିବାରୁ ରକ୍ତ ନୀଳ ରଙ୍ଗର ଦେଖିବାକୁ ମିଳେ। ସାମୁଦ୍ରିକ ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ାର ଅଧିକ ଗବେଷଣା ପାଇଁ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ, ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କିଛିଦିନ ପୂର୍ବେ ବାଲେଶ୍ୱର ଅଞ୍ଚଳ ସମୁଦ୍ର ମୁହାଣରେ ଜିଇଓ ଟ୍ୟାଗିଙ୍ଗ୍‌ ପାଇଁ ମିଳିତ ସହଯୋଗରେ ୭୦ କଙ୍କଡ଼ାର ସର୍ଭେ କରାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital