ଅଯୋଗ୍ୟଙ୍କଠୁ ସୁଭଦ୍ରା ଫର୍ମ ଫେରାଇ ଆଣିବାରୁ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼

ସୁଭଦ୍ରା ଫର୍ମ ଫେରସ୍ତ ମାଗିବା ଘଟଣାକୁ କେନ୍ଦ୍ରକରି ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତର ବ୍ରହ୍ମଟିକ୍ରି ଅଙ୍ଗନୱାଡି କର୍ମୀ ପ୍ରୀତିରେଖା ବଳଙ୍କୁ ମାଡ଼ ଘଟଣାରେ ମଙ୍ଗଳବାର ଶତାଧିକ ଅଙ୍ଗନୱାଡି କର୍ମୀ ପ୍ରତିବାଦ ଜଣାଇଛନ୍ତି। ଏନେଇ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ଦିପ୍ତିରେଖା ବଳ ବାଂଶଡ଼ା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ୩ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।ପୋଲିସ ମାମଲା ରୁଜୁ କରିଥିବା ବେଳେ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ। ଅଭିଯୁକ୍ତମାନେ ମାନେ ଖୁଲମଖୋଲା ଗାଁରେ ବୁଲୁଥିବା ସେମାନେ ଅଭିଯୋଗ କରିଛନ୍ତି। ୪୮ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀ ସରକାରଙ୍କ କୌଣସି କାମରେ ସହଯୋଗ କରିବେ ନାହିଁ। ଏଥିସହ ବ୍ଲକ ଅଫିସ୍‌ ଆଗରେ ଧାରଣା ଦେବେ ବୋଲି ଅଙ୍ଗନୱାଡି କର୍ମୀ ବିଡିଓଙ୍କୁ ଜଣାଇଛନ୍ତି। ଅଭିଯୋଗ ଅନୁସାରେ, ଅଙ୍ଗନବାଡ଼ି କର୍ମୀ ଦିପ୍ତିରେଖାଙ୍କ ଅନୁପସ୍ଥିତିରେ ହେଲପରଙ୍କ ଜରିଆରେ ଜଣେ ହିତାଧିକାରୀ ସୁଭଦ୍ରା ଫର୍ମ ନେଇଥିଲେ। ପରେ ଦିପ୍ତିରେଖା ଆସି ହିତାଧିକାରୀଙ୍କ ଆଧାରକାର୍ଡ ଯାଞ୍ଚ କରିବାରୁ ତାଙ୍କର ୨୧ ବର୍ଷ ହୋଇନଥିବା ଜାଣିବାକୁ ପାଇଥିଲେ। ଏଥିପାଇଁ ଦିପ୍ତିରେଖା ତାଙ୍କୁ ଫର୍ମଟି ଫେରାଇ ଦେବା ପାଇଁ କହିଥିଲେ। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

ଅଧିକ ପଢନ୍ତୁ