କୁକୁରଙ୍କ ପାଇଁ ସ୍ମଶାନ କରିବେ ସରକାର ।

କୁକୁରଙ୍କ ପାଇଁ ସ୍ମଶାନ କରିବେ ସରକାର । ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟର କିଛି ପ୍ରମୁଖ ସହରରେ ସ୍ମଶାନ କରାଯିବ । ବିଧାୟିକା ସୋଫିଆ ଫିର୍ଦ୍ଦୋଷଙ୍କ ପ୍ରଶ୍ନରେ ନଗର ଉନୟନ ମନ୍ତ୍ରୀଙ୍କ ଉତ୍ତର ରଖିଛନ୍ତି । ଯଦିଓ ଏବେ ଯାଏ ବିଭାଗ ଏ କଥାକୁ ବିଚାର କରି ନାହିଁ। କିନ୍ତୁ ବିଧାୟିକାଙ୍କ ଏହି ପ୍ରସ୍ତାବ ପ୍ରଶଂସନୀୟ ତେଣୁ ପରିବେଶ ଦିଗ ଏବଂ ଜନସ୍ୱାସ୍ଥ୍ୟ ସୁବିଧାକୁ ମୂଲ୍ୟାଙ୍କନ କରି ସମ୍ପୃକ୍ତ କ୍ଷେତ୍ରର ହିତାଧିକାରୀ ଏବଂ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଏଭଳି ସୁବିଧା ସୃଷ୍ଟି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ।ଏହା ସହିତ ପ୍ରବାସୀମାନଙ୍କ କେଓ୍ବାଇସିକୁ ନେଇ ସୋଫିଆ ପଚାରିଥିବା ପ୍ରଶ୍ନରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,ଅଗଷ୍ଟ ୨୨ରୁ ଇ-କେଓ୍ବାଇସି ଚାଲିଛି, ଏହା ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ପ୍ରବାସୀମାନେ ଆସିବା ଦରକାର ନାହିଁ। ଯିଏ ଯେଉଁଠାରେ ଅଛନ୍ତି, ସେଠାରେ ଇ-କେଓ୍ବାଇସି କରିପାରିବେ। ଯେଉଁଠି ଚାହିଁବେ ଉକ୍ତ ସେଣ୍ଟରକୁ ଯାଇ ମେଶିନରେ ଫିଙ୍ଗରପ୍ରିଣ୍ଟ୍‌ ଦେଇପାରିବେ।

ଅଧିକ ପଢନ୍ତୁ

Odisha Darpan Digital