ଭୟ ବଢାଇଲା ବାର୍ଡ ଫ୍ଲୁ, ୩ ମାସ ପାଇଁ କୁକୁଡା ଚାଷ ବନ୍ଦ

ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ । ୩ ମାସ ଯାଏଁ କୁକୁଡ଼ା ଚାଷ ଉପରେ ପୁରୀ ପ୍ରଶାସନ କଟକଣା ଲଗାଇଛି । ପିପିଲି ବ୍ଲକର ୮୬୧ଟି କୁକୁଡ଼ା ଫାର୍ମରୁ ୫୫ଟି ଫାର୍ମ, ଡେଲାଙ୍ଗ ବ୍ଲକର ୩୪୪ଟି ଫାର୍ମ ରୁ ୬୪ଟି ଫାର୍ମ ଓ ସତ୍ୟବାଦୀରେ ୨୨ ଟି କୁକୁଡ଼ା ଫାର୍ମ କୁ ବିଶୋଧନ କରି ସିଲ କରିଲା ପ୍ରାଣୀ ସମ୍ପଦ ବିଭାଗ । ସଂକ୍ରମିତ ଅଞ୍ଚଳର ୧ କିଲୋମିଟର ଭିତରେ କୁକୁଡ଼ା ଚାଷ ହେବନି । ୧ରୁ ୧୦ କିମି ବ୍ୟାସାର୍ଦ୍ଧରେ କୁକୁଡ଼ା ବାହାରକୁ ପଠାଯିବନି । ୧୫ ଦିନରେ ଥରେ କୁକୁଡ଼ା ନମୁନା ପରୀକ୍ଷା କରାଯିବ । ନେଗେଟିଭ୍ ଆସିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।ତେବେ ଏହି ସବୁ ଫାର୍ମରେ କୁକୁଡ଼ା ଚିଆଁ ଛାଡି ପାରିବେନି ଚାଷୀ ।

ଅଧିକ ପଢନ୍ତୁ