ରାସ୍ତାକଡ଼ ଖାଦ୍ୟ ବ୍ୟବସାୟୀ ପାଇଁ ନୂଆ ଗାଇଡଲାଇନ୍ ।

ରାସ୍ତାକଡ଼ ଖାଦ୍ୟ ବ୍ୟବସାୟୀ ପାଇଁ ନୂଆ ଗାଇଡଲାଇନ୍ । ରାସ୍ତାକଡରେ ବିକ୍ରି ହେଉଥିବା ପାଟି ସୁଆଦିଆ ଖାଦ୍ୟ ପାଇଁ ନୂଆ ନିୟମାବଳି ଆଣିଛି ଭୁବନେଶ୍ବର ମହାନଗର ନିଗମ । ଏଣିକି ୟୁଜ୍‌ ଆଣ୍ଡ୍‌ ଥ୍ରୋ କପ୍‌ରେ ଚା ବିକ୍ରି ମନା ହୋଇଛି |ସିଙ୍ଗଲ ୟୁଜ୍‌ କପ୍‌ରେ ଚା’ ବିକିବା ଉପରେ ଜାରି କରିଛି କଟକଣା। ଏଥିରେ ଗ୍ରାହକଙ୍କୁ ଚା ଦେଇପାରିବେନି ଦୋକାନୀ। ହାତରେ ଗ୍ଲୋବସ, ମୁହଁରେ ମାସ୍କ ଓ ଆପ୍ରୋନ ପିନ୍ଧିବାକୁ କୁହାଯାଇଛି। ଖାଦ୍ୟ ପରଷିବା ବେଳେ ସ୍କ୍ରାପ ପରିଧାନ କରିବେ। ମାଟିକପ୍‌ ଓ ପୁନଃ ଉପଯୋଗୀ କପରେ ଚା’ ବିକ୍ରି ହେବ। ସ୍ୱଚ୍ଛ ଓ ପରିସ୍କାର ବାତାବରଣ ସହ ଖାଦ୍ୟ ପରଷିବାବେଳେ ନିର୍ଦ୍ଧିଷ୍ଟ ନିୟମ ପାଳନ କରିବାକୁ କହିଛି ବିଏମ୍‌ସି । ପ୍ରତ୍ୟେକ ଖାଦ୍ୟ ବ୍ୟବସାୟୀଙ୍କ ପାଇଁ ଅନୁମୋଦନ ପତ୍ର ବା ଫୁଡ୍ ଲାଇସେନ୍ସ ବାଧ୍ୟତାମୂଳକ କରିଛି ବିଏମସି । ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବିଏମ୍‌ସି ପକ୍ଷରୁ ଏଭଳି ଗାଇଡଲାଇନ୍ ଅଣାଯାଇଛି । ବିଶେଷ କରି ଚାହା ଦୋକନ, ଟିଫିନ୍ ଷ୍ଟଲଙ୍କ ପାଇଁ ଓ୍ୱାନ୍‌ ଟାଇମ୍ ୟୁଜ୍ ବା ଏକକ ବ୍ୟବହାର ପାତ୍ର ଚା କପ୍ ପ୍ଲେଟ୍ ଆଦି ବ୍ୟବହାର ନକରିବାକୁ କହିଛି ବିଏମ୍‌ସି । ଏହା ସହିତ ଖାଦ୍ୟଦ୍ରବ୍ୟକୁ ଘୋଡ଼ାଇ ଓ ବାସନ ଧୋଇବା ପାଇଁ ସ୍ୱସ୍ଥ ପାଣିର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି |

ଅଧିକ ପଢନ୍ତୁ

kc ads