ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ଆଉ ୧୬ଟି ଗେଟ୍‌ ।

ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ଆଉ ୧୬ଟି ଗେଟ୍‌ । ବର୍ତ୍ତମାନ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଗତକାଲି ୨ଟି ପର୍ଯ୍ୟାୟରେ ୧୦ଟି ଗେଟ ଖୋଲାଯିବା ପରେ ସମୁଦାୟ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାବେଳେ ଆଜି ଜଳସ୍ତର ବୃଦ୍ଧି ପାଇ ୬୨୮.୨୯ ଫୁଟରେ ପହଂଚିଥିବାବେଳେ ଇନଫ୍ଲୋ ମଧ୍ୟ ବୃଦ୍ଧି ପାଇ ୩ ଲକ୍ଷ ୪୧୧ ହଜାର ୪୧କ୍ୟୁସେକରେ ପହଂଚିଛି।ଆଗକୁ ଅଧିକ ପାଣି ଆସିବା ସମ୍ଭାବନା ଥିବାରୁ ହୀରାକୁଦର ଅଧିକ ଗେଟ୍ ଖୋଲିପାରେ ।ବର୍ତ୍ତମାନ ମାତ୍ର ୨ ଫୁଟ୍ ଫ୍ଲଡ ସ୍ପେସ୍ ରହିଛି। ତେବେ ଇନଫ୍ଲୋ ବଡୁଥିବାବେଳେ ଡ୍ୟାମ ଖାଲି କରାନଗଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।

ଅଧିକ ପଢନ୍ତୁ

kc ads